Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପୌର ନିର୍ବାହୀ ଅଧିକାରଙ୍କ ସ୍ୱଛତାକୁ ଗୁରୁତ୍ୱ ରାତି ପାହିଲା ବେଳକୁ ଆବର୍ଜନା ଶୂନ୍ୟ ହେଉଛି...

ପୌର ନିର୍ବାହୀ ଅଧିକାରଙ୍କ ସ୍ୱଛତାକୁ ଗୁରୁତ୍ୱ ରାତି ପାହିଲା ବେଳକୁ ଆବର୍ଜନା ଶୂନ୍ୟ ହେଉଛି ରାସ୍ତାଘାଟ

289
ADVERTISEMENT

ହିଞ୍ଜିଳିକାଟୁ,୨୫।୨,(ଶେଷଦେବ ସାହୁ): ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁୂଲାଙ୍ଗେଙ୍କ ନିଦେ୍ର୍ଧଶ କ୍ରମେ ହିଂଜିଳିକାଟୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ନେତୃତ୍ୱରେ ଗତ କିଛି ଦିନ ହେଲା ସ୍ଥାନୀୟ ପୌରାଂଚଳର ସମସ୍ତ ୱାଡର଼୍ରେ ଆରମ୍ଭ ହୋଇଛି ରାତ୍ର ସଫେଇ କାର୍ଯ୍ୟକ୍ରମ । ଦେଶର ଅନ୍ୟ ମେଟ୍ରୋ ସହରାଂଚଳ ପରି ହିଂଜିଳିକାଟୁ ପୌରାଂଚଳ ପରିସରଭୁକ୍ତ ଅଂଚଳରେ ରାତି ପାହିଲା ବେଳକୁ ରାସ୍ତାଘାଟ ଆବର୍ଜନା ମୁକ୍ତ ହେଉଥିବା ଲକ୍ଷ୍ୟ କରାଯାଉଛି । ସ୍ଥାନୀୟ ପୌରାଂଚଳର ସମସ୍ତ ରାସ୍ତାଘାଟ ରାତି ପାହିଲା ବେଳକୁ ଚାକାଚକ୍ ଦିଶୁଛି । ହିଂଜିଳିକାଟୁ ପୌରାଂଚଳରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀ ମାନେ ରାତିରେ ହିଁ ସଫେଇ କାର୍ଯ୍ୟ ସମାପନ କରୁଛନ୍ତି । ପୌୀରାଂଚଳବାସୀ ମଧ୍ୟ ସଚେତନ ହୋଇ ରାସ୍ତାରେ ଆଉ ଅଳିଆ ଆବର୍ଜନା ପକାଉନଥିବା ବେଳେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସବୁଜ ଓ ନୀଳ ଡ଼ଷ୍ଟବିନରେ ଅଲଗା ଅଲଗା ଶୁଖିଲା ଓ ଓଦା ଆବର୍ଜନା ଗଛିତ ରଖି ରାତି ପାହିଲେ ପୌର ପରିଷଦ ପକ୍ଷରୁ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହକାରୀ ଗାଡ଼ିରେ ଜମା ଦେଉଥିବା ଲକ୍ଷ୍ୟ କରାାଯାଉଛି । ହିଂଜିଳିକାଟୁ ପୌରାଂଚଳ ପରିସରଭୁକ୍ତ ଅଂଚଳରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନଙ୍କୁ ଏଣିକି ସମ୍ପୁର୍ଣ୍ଣ ଆତ୍ମସମ୍ମାନ ପ୍ରଦାନ ସହ ଆଗାମୀ ଦିନରେ ଅଳିଆ ଆବର୍ଜନା ସଫେଇ କରୁଥିବା ମହିଳା ଓ ପୁରୁଷ କର୍ମଚାରୀଙ୍କୁ ଭାଇ, ଭଉଣୀ ସମ୍ଭୋଧନ କରାଯିବାକୁ ଜନସାଧାରଣଙ୍କୁ ସଚେତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୌର ପରିଶଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ପ୍ରକାଶ କରିଛନ୍ତି । ହିଂଜିଳିିକାଟୁ ପୌରାଂଚଳଭୁକ୍ତ ସମସ୍ତ ସାହି ବସ୍ତି ଓ ଜାତୀୟ ରାଜପଥକୁ ସ୍ୱଛ, ସୁନ୍ଦର ରଖିବା ପାଇଁ ଉକ୍ତ ରାତ୍ରୀକାଳିନ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ସହରବାସୀଙ୍କୁ ଉତମ ସେବା ଯୋଗାଇବା ସହ ସୁନ୍ଦର ପରିବେଶ ଦୋକୁ ପ୍ରୟାସ ଆରମ୍ଭ କରାଯାଇଛି । ସହରବାସୀଙ୍କ ସହଯୋଗରେ ହିଂଜିଳିକାଟୁ ପୌରାଂଚଳକୁ ରାଜ୍ୟର ଶ୍ରେ ପୌରାଂଚଳ ଭାବେ ଗଢି ତୋଳିବା ପାଇଁ ଳକ୍ଷ୍ୟ ରଖାଯାଇଥିବା ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।

Advertisement