ବ୍ରହ୍ମପୁର,୨୫।୨,(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ଆସିକା ଥାନା ପକ୍ଷରୁ ଅବକାରୀ ଚଢ଼ାଉ କରାଯାଇ ୧୦୦୦ଲିଟର ଅପମିଶ୍ରିତ ମଦ ଜବତ କରାଯାଇଛି ।୩୦୦୦ଲିଟର ପୋଚ ନଷ୍ଟ କରାଯାଇଥବା ବେଳେ ମଦ ପ୍ରସ୍ତୁତ ସାମାଗ୍ରି ସମେତ ସାତ ଜଣଙ୍କୁ ପୋଲିସ ଗିରଫ କରିଛି । ଆସିକା ଅଞ୍ଚଳର ଗନ୍ଦପଲ୍ଲି ଓ ପାକାଲାପଲ୍ଲୀ ଗ୍ରାମରେ ରହି ଏଭଳି ଅପମିଶ୍ରିତ ମଦ ପ୍ରସ୍ତୁତ କରୁଥିଲେ,ଏରୋଗୋଲା ସମ୍ପ୍ରଦାୟର ବୋଲି ଜଣାପଡିଛି ।ସେମାନେ ହେଲେ ଡି.ରାଜି,ଡି .ରାମ,ଡି.ସାଦିକା,ଏ .ବୁଲୁ,ଡି.ରମେଶ, ଏ.ଅଦକନ୍ଦୁଲୁ,ଟୁକୁନା ନାୟକ ।ଥାନା କେସ ନମ୍ବର ୬୮,୬୯,୭୦,୭୧,୭୨,୭୩,୭୪ /୨୦୨୦ ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।

















