Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସମାଜସେବୀ ତଥା ଆଦର୍ଶ ଶିକ୍ଷ୍ଯାବିତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ବହୁ ଶିକ୍ଷ୍ଯକ/ଶିକ୍ଷୟତ୍ରୀ

ସମାଜସେବୀ ତଥା ଆଦର୍ଶ ଶିକ୍ଷ୍ଯାବିତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ବହୁ ଶିକ୍ଷ୍ଯକ/ଶିକ୍ଷୟତ୍ରୀ

299
ADVERTISEMENT

କୋଦଳା,୨୪।୨ ( ସୂର୍ଯ୍ୟନାରାୟଣ ବଡୁ) : ଗଞ୍ଜାମ ଜିଲ୍ଳା କୋଦଳା ଏନଏସି ଅନ୍ତର୍ଗତ ବହୁ ପୁରାତନ ସ୍ଵର୍ଣ୍ଣମୟୀ ହାଇସ୍କୂଲ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷ୍ଯକ , ସରସ୍ୱତୀ ଶିଶୁ ବିଦ୍ଯାମନ୍ଦିର ପ୍ରତିଷ୍ଠାତା ତଥା ସମାଜସେବୀ ସ୍ଵର୍ଗତ ଗୋବିନ୍ଦ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମହାଆଡ଼ମ୍ବର ସହିତ ନିଜ ବାସଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗୋବିନ୍ଦ ସାହୁ ଫାଉଣ୍ଡେସନ ର କାର୍ଯକାରୀ ସଭାପତି ଅଜିତ କୁମାର ସାହୁଙ୍କ ତତ୍ଵାବଧାନ ରେ ଆୟୋଜିତ କାର୍ଯକ୍ରମ ରେ ବରିଷ୍ଠ ଶିକ୍ଷ୍ଯାବିତ ତଥା ପୁରୁଷୋତ୍ତମପୁର ହିନ୍ଦି ପ୍ରଚାର ସଭାର କୂଳ ସଚିବ ପ୍ରଫୁଲ୍ଲ କୁମାର ରଥଙ୍କ ପୌରହିତ୍ୟ କରିଥିବା ବେଳେ ମୁକ୍ଷ୍ଯ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଉଦୟ ନାଥ ପ୍ରଧାନ ,ମୁକ୍ଷ୍ଯବକ୍ତା ଅବସର ପ୍ରାପ୍ତ ହିନ୍ଦି ଶିକ୍ଷ୍ଯକ ପ୍ରକାଶ ଚନ୍ଦ୍ର ପାତ୍ର ,ପ୍ରଧାନ ଶିକ୍ଷ୍ଯକ ଉପମନ୍ଯୁ ଶତପଥୀ ,ଆଠଗଡ଼ ନାରାୟଣୀ ମହାବିଦ୍ୟାଳୟ ପ୍ରତିଷ୍ଠାତା ବ୍ରୁନ୍ଦାବନ ନାୟକ ,କୋଦଳା ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ସରୋଜିନୀ ବ୍ରହ୍ମା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଗୋବିନ୍ଦ ସାହୁଙ୍କ ଜୀବନୀ ଉପରେ ସ୍ମ୍ରୁତୀ ଚାରଣ କରିଥିଲେ ।ସ୍ଵର୍ଗତ ସାହୁଙ୍କ ଶିକ୍ଷ୍ୟକତା ମଧ୍ୟ ରେ ବହୁ ଛାତ୍ରଛାତ୍ରୀ ବର୍ତ୍ତମାନ ଷିକ୍ଷ୍ଯକ/ଅଧ୍ୟାପକ ଓ ବଡ଼ବଡ଼ କାର୍ଯ୍ୟ ରେ ଯୋଗ ଦେଇଥିବା ସେମାନେ କହିଥିଲେ । ଏହି ଅବସର ରେ 2019ରେ ବେଗୁନିଆପଡା ବ୍ଲକ ରେ ସର୍ବାଧିକ ମାର୍କ ରଖି ପ୍ରଥମ , ଦ୍ଵିତୀୟ ଓ ତ୍ରୁତୀୟ ଶ୍ରେଣୀ ରେ ଉତ୍ତୀର୍ଣ ହୋଇଥିବା ମର୍ଦମେଖ ହାଇସ୍କୂଲ ଛାତ୍ର ରାଜେଶ କୁମାର ପଣ୍ଡା , ଫାସି ମାଣୀକେଶ୍ଵର ନୋଡାଲ ହାଇସ୍କୂଲ ର ଛାତ୍ରୀ ପୂଜା ସାଠୁଆ , ଏସ.ଛଚିନା ହାଇସ୍କୂଲ ର ଛାତ୍ର ସୁଧୀର କୁମାର ଗଉଡ଼ ଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା ।ତତ ସହିତ ଉକ୍ତ ତିନି ବିଦ୍ୟାଳୟ ର ଶିକ୍ଷ୍ଯକ/ଶିକ୍ଷୟତ୍ରୀ ଙ୍କୁ ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା ।ଆସନ୍ତା ବର୍ଷ ଠାରୁ ଉତ୍ତୀର୍ଣ ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ 20000/-ଅତିରିକ୍ତ ବ୍ୟୟବରାଦ କରାଯିବ ବୋଲି ସଭାପତି ଅଜିତ ସାହୁ ଘୋଷଣା କରିଥିଲେ ।

Advertisement