Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମହିଳା ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ଦେଶୀ ମଦ ବସ୍ତା ଜବତ

ମହିଳା ଗୋଷ୍ଠୀ ସଦସ୍ୟାଙ୍କ ଦ୍ଵାରା ଦେଶୀ ମଦ ବସ୍ତା ଜବତ

251
ADVERTISEMENT

କୋଦଳା,୨୪।୨(ସୂର୍ଯ୍ୟନାରାୟଣ ବଡୁ) : ସୋମବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଦୁଇ ଜଣଙ୍କ ଘର ଭିତରୁ ଚାରି ବସ୍ତା ଚୋରା ଦେଶୀ ମହୁଲି ମଦ ଜବତ କରିବା ସହ ବେଗୁନିଆପଡ଼ା ଫାଣ୍ଡି ପୋଲିସକୁ ଡାକି ମଦ ଜିମା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ କୌଣସି ସୂତ୍ରରୁ ଖବର ପାଇ ପ୍ରାୟ ୮୦ ଗୋଟି ମହିଳା ସଂଘ ସଦସ୍ୟମାନେ ଆଜି ଅପରାହ୍ନ ସମୟର ଉକ୍ତ ଗ୍ରାମର ଦୁଇ ଜଣଙ୍କ ଦୁଇଟି ଘର ଉପରେ ଚଢାଉ କରି ମଦ ବସ୍ତା ଜବତ କରିଥିଲେ । ଏଥିରେ ବିଜୁ ଯୁବ ବାହିନୀ ସଭାପତି ଗୌରାଙ୍ଗ ଚରଣ ସାହୁ, ରାଜେନ୍ଦ୍ର ପ୍ରଧାନ, ସଞ୍ଜୟ ଜେନା, ଯଦୁମଣି ପ୍ରଧାନ ପ୍ରମୁଖ ନେତୃତ୍ଵ ନେଇଥିଲେ । ଏ ନେଇ ପୋଲିସ କାହାରିକୁ ଗିରଫ କରି ନ ଥିବା ସୂଚନା ମିଳିଛି ।

Advertisement