Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଖେଳହେଲା କାଳ :ଅଗ୍ନିକାଣ୍ଡରେ ଜିଅନ୍ତା ଜଳିଗଲେ ୪ଶିଶୁ

ଖେଳହେଲା କାଳ :ଅଗ୍ନିକାଣ୍ଡରେ ଜିଅନ୍ତା ଜଳିଗଲେ ୪ଶିଶୁ

244
ADVERTISEMENT

ବ୍ରହ୍ମପୁର,୨୪।୨ (ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୋଲାସରା ବ୍ଲକ ଖଇରଛଟା ଗ୍ରାମରେ ରବିବାର ଦିନ ଘଟିଛି ଏକ ହୃଦୟ ବିଦାରକ ଦୃଶ୍ୟ। ଏକ ଅର୍ଦ୍ଧ ନିର୍ମିତ ପାଇଖାନା ଘରେ ପାଳଭାଡି କରି ଖେଳୁଥିବା ପିଲାଙ୍କ ହେଲା କାଳ । କୌଣସି କାରଣରୁ ଏହି ଭାଡିରେ ନିଆ ଲାଗିଯିବାରୁ ୪ଜଣ ଶିଶୁ ଜିଆନ୍ତା ଜଳି ପ୍ରାଣ ହରାଇଛନ୍ତି । ମୃତ ଶିଶୁ ମାନେ ହେଲେ ସାଇରାମ ଜାନି(୪),ଈତିଶ୍ରୀ ଜେନା(୫),ଦୀପକଗୌଡ(୮)ଓ ଆଲୋକ ଜେନା(୫) ବ୍ରହ୍ମପୁର ଡାକ୍ତରଖାନାରେ ଦୀପକ, ସାଇରାମ ଓ ଈତିଶ୍ରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ କଟକ ଏସ୍ ସିବି ରେ ଆଲୋକର ମୃତ୍ୟୁ ହୋଇଯାଇଛି।
ଏହି ହୃଦୟ ବିଦାରକ ଘଟଣା ପୋଲାସରା ଅଞ୍ଚଳ ବାସିଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଖଇରଛଟା ଗାଁ କାନ୍ଦବୋବାଳିରେ ଫାଟି ପଡୁଛି ।ଏକ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତିନି ଜଣ ଶିଶୁଙ୍କ ଜୁଇ ଏକାଠି ଜଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଖଃ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଛନ୍ତି। ମୃତ ଶିଶୁ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତାରାଶି ଘୋଷଣା କରିଛନ୍ତି । ଅନ୍ୟ ପକ୍ଷରେ ପୋଲାସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲାସରା ଡାକ୍ତରଖାନାରେ ପହଞ୍ଚି ଗୁରୁତର ଶିଶୁଙ୍କୁ ବ୍ରହ୍ମପୁର ବଡମେଡିକେଲ ପଠାଇବାର ବ୍ୟବସ୍ଥା କରିଥିଲେ। ଏହାସହ୨୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ସେହିପରି ପୋଲାସରା ତହସିଲଦାର ଶିଶୁଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ।
ପୋଲାସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳେବଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ବ୍ରହ୍ମପୁର ଫାଣ୍ଡିରେ ୩ଟି ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି।ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କେନ୍ଦ୍ରମନ୍ତ୍ରୀଙ୍କ ଶୋକ ଖଇରଛଟା ଗ୍ରାମରେ ଏଭଳି ଅଭାବନିୟ ଘଟଣାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି ।

Advertisement