କୁକୁଡାଖଣ୍ଡି,୨୪।୨(ଇ.ରଞ୍ଜନ) : ମଦ ଦୋକାନ ନିକଟବର୍ତ୍ତୀ ଅଞ୍ଚଳ ପାଲଟିଛି ଲୁଟେରାଙ୍କ ଆଡ୍ଡା, ମହିଳାଙ୍କ ଠାରୁ ଟଙ୍କା ଝାମ୍ପି ନେବାରେ ସକ୍ଷମ ହେଲେ ଦୁର୍ବୁତ୍ତ l ସଦର ଥାନା ନିକଟସ୍ଥ କୁକୁଡାଖଣ୍ଡି ଗ୍ରାମର ମଦ ଦୋକାନ ଠାରେ ଆଜି ଅପରାହ୍ନ ସମୟରେ ବଉଳଝୋଳି ଗ୍ରାମର ପୁରୁଣା ହରିଜନ ସାହିର ମହେନ୍ଦ୍ର ଦାସ ଓ ତାଙ୍କ ସ୍ତୀ ସାବିତ୍ରୀ ଦାସ ଅଙ୍କୁଶପୁର ଏସ ବି ଆଇ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ଦ ଡ଼ିପଲ ନଗର ମଦଦୋକାନ ଠାରେ ଠାରେ ଦୁର୍ବୁତ ମାନେ ସେମାନଙ୍କ ଠାରୁ ୨0 ହଜାର ଟଙ୍କା ଝାମ୍ପି ଧଳା ପଲ୍ସର ମଟରଗାଡିରେ ଦ୍ରୁତଗତିରେ ପଳାୟନ ହୋଇଥିବା ପରେ ସାବିତ୍ରୀ ଦାସ ସଦର ଥାନାରେ ଅଭିଯୋଗ କରିଥିଲେ l ପରେ ସେଠାକୁ ଯାଇ ପୋଲିସ ଅନୁସନ୍ଧାନ କରୁଥିବା ସମୟରେ ସେଠାରେ ଜଣଙ୍କ ଘରେ ସିସିଟିଭି ଲାଗିଥିବା ସତ୍ୱେ ବି କେମେରାରେ ସ୍ୱଷ୍ଟ ଭାବେ ଦେଖାଯାଉ ନଥିବା ପୋଲିସ ସୂଚନା ଦେଇଛନ୍ତି l ମହିଳା ସାବିତ୍ରୀ ଜଣକ ଏହା ନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏହା ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଜଣା ପଡିଛି l
















