Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ

ମା’ ତାରାତାରିଣୀଙ୍କ ଦର୍ଶନ ପାଇଁ ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ

296
ADVERTISEMENT

ତାରାତାରିଣୀ,୨୩।୨(ସୁଦାମମହାରଣା) : ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ମାର୍ଚ୍ଚ ୧୦ ତାରିଖରେ ଆରମ୍ଭ ହେଉଛି । ଏହା କୁ ଦୃଷ୍ଟିରେ ରଖି ଯାତ୍ରା ସୁପରିଚାଳନା ନିମନ୍ତେ ଆଜି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମା ଙ୍କ ପୀଠରେ ପହଞ୍ଚି ଉନ୍ନୟନ କାର୍ଯ୍ୟକୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ଏକ ନିଆରା ପଦକ୍ଷେପ ନେଇଛନ୍ତି । କିଏ କଣ ମାଙ୍କୁ ଟଙ୍କା ଦେଇ ଦର୍ଶନ କରେ । ଭକ୍ତ ମାନେ ହେଉଛନ୍ତି ମାଙ୍କ ସନ୍ତାନ । ଏଣିକି ଯାତ୍ରା ସମୟରେ ଆସୁଥିବା ଭକ୍ତମାନେ ମା ଙ୍କ ଦର୍ଶନ ମାଗଣାରେ କରିିବେ ।
ଦୀର୍ଘ ଦିନରୁ ପ୍ରଚଳିତ ଦର୍ଶନ ବାବଦ ଟିକେଟ ୨ଟଙ୍କା ରହି ଥିବା ବେଳେ ଚଳିତ ବର୍ଷ ଦର୍ଶନ କରିବା ପାଇଁ ଆଉ ଟିକେଟ କରିବାକୁ ପଡିବ ନାହିଁ । କେବଳ ସ୍ୱତନ୍ତ୍ର ଦର୍ଶନ ବାବଦରେ ୫୦ଟଙ୍କା ବଦଳରେ ୧୦୦ଟଙ୍କା ଦେବାକୁ ପଡିବ । ଦୂରଦୁରନ୍ତାରୁ ଶିଶୁ କୁ ଧରି ଆସୁଥିବା ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ୱତନ୍ତ୍ର ଟିକେଟ ଛତ୍ରପୁର ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ରିମ ବିକ୍ରି ଲାଗି ଲକ୍ଷ ରଖାଯାଇଥିବା ସୂଚନା ଦେଇଛନ୍ତି । ମନ୍ଦିରର ପହାଡ ଉପରେ ଉନ୍ନୟନ କାର୍ଯ୍ୟ ଜାରିରହିଥିବା ବେଳେ ଶିଶୁଙ୍କ ମୁଣ୍ଡନ ଚଳିତ ଯାତ୍ରାରେ ପାହାଡ ପାଦଦେଶରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଏହି ସମୀକ୍ଷାରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନପୃଷ୍ଟି, ପୁରୁଷୋତ୍ତମପୁର ବିଡିଓ ସିମାଞ୍ଚଳ ମହାନ୍ତି, ଏସଡିପିଓ ସୀମା ସ୍ବାଇଁ, ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ତୁଷାର କୁମାର ସାହୁ ଓ ବିଭିନ୍ନ ଲାଇନ ଡିପାରଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ ।

Advertisement