ସାନଖେମୁଣ୍ଡି, ୨୩/୨(ସପନ ଦାଶ): ସାନଖେମୁଣ୍ଡି ଠାରୁ ପ୍ରାୟ ୧୦ କି.ମି ଦୂର କଙ୍କୋରଡା ଗାଁରେ କୌଣସି ଦୃବୃତ୍ତ ଏକା ଥରରେ ୩ଟି ଷଣ୍ଢକୁ ମାରଣାସ୍ତ୍ରରେ ହାଣି ଦେଇଥିବା ଯୋଗୁଁ ଗଭୀର ଭାବେ ସେମାନେ ଗୁରୁତର ହୋଇ ଯନ୍ତ୍ରଣାରେ ଛଟପଟ ହୋଇ ଏଣେ ତେଣେ ଦୌଡୁଥିବାବେଳେ ଡେରାସାହି ବାସିନ୍ଧା ଏବଂ କିଛି ସ୍ୱେଚ୍ଛାସେବକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ ପରେ ପଶୁଡାକ୍ତରଙ୍କୁ ଡକାଇଥିଲେ । ଡାକ୍ତର ସୁରେନ୍ଦ୍ର ପାଣିଗ୍ରାହୀ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ଦୁଇଟି ଷଣ୍ଢ ଧିରେ ଧିରେ ଆରୋଗ୍ୟ ହେଉଥିବାବେଳେ ତୃତୀୟ ଷଣ୍ଢଟିର ପେଟରେ ଆଘାତ ଲାଗିଥିବା ଯୋଗୁଁ ଗଭୀର କ୍ଷତ ହୋଇଛି । ତାହା ଶୁଖିବାକୁ କିଛି ଦିନ ଲାଗିଯିବ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି । କ୍ଷତ ସ୍ଥାନଟିରେ ସିଲେଇ ହୋଇଛି । ଷଣ୍ଢଗୁଡିକ ସଂପୂର୍ଣ୍ଣ ସୁସ୍ଥ ହେବା ଯାଏ ସ୍ଥାନୀୟ ଲୋକଙ୍କ ସହାୟତାରେ ଡେରାସାହି ବ୍ୟକ୍ତିମାନେ ସାମୂହିକ ଭାବେ ଷଣ୍ଢର ସେବା ଯତ୍ନ ନେବା ସହ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ଏହି ଘଟଣାରେ ଦୃବୃତ୍ତକୁ ଧରିବା ପାଇଁ ସାଧାରଣଜନତା ଦାବି କରିଛନ୍ତି ।


















