ବ୍ରହ୍ମପୁର,୨୨।୨(ବ୍ୟୁରୋ): ଦୃଢ଼ ଇଛାଶକ୍ତି ଓ ଅଧ୍ୟୟବସାୟ ସବୁ ବାଧାବିଘ୍ନକୁ ଦୁର କରିପାରେ ଏହାକୁ ପ୍ରମାଣିତ କରିଛନ୍ତି ନରେନ୍ଦ୍ର ଜେନା । ପ୍ରଦୂଷଣ ଜନିତ ସମସ୍ୟା, ପେଟ୍ରୋଲ ଦର ବୃଦ୍ଧିକୁ ଆଖି ଆଗରେ ରଖି ସେ ଏକ ବ୍ୟାଟେରୀ ଚାଳିତ ସାଇକେଲ ନିର୍ମାଣ କରିଛନ୍ତି । ସହର ଭିତରେ କିମ୍ବା ସହର ବାହାରେ ଏହି ସାଇକେଲ ଘଣ୍ଟାକୁ ୨୫ ରୁ ୩୦ କିଲୋମିଟର ଗତିକରି ପାରିବା ସହ ଏହା ଥରେ ୩ ରୁ ୪ ଘଣ୍ଟା ଚାର୍ଜ କଲେ ଏହା ୨୫ ରୁ ୩୫ କିଲୋମିଟର ଗତି କରି ପାରିବ ବୋଲି କହିଛନ୍ତି ନିର୍ମାତା ନରେନ୍ଦ୍ର । ଏହା ଛାତ୍ର ଛାତ୍ରୀ କର୍ମଜୀବି ମହିଳା, ପୁରଷଙ୍କ ସମେତ ବୟସ୍କ ବ୍ୟକ୍ତି ମାନଙ୍କ ବ୍ୟବହାର ଉପଯୋଗୀ ହୋଇପାରିବି । ମୋଟର ଗାଡ଼ି ଭଳି ଏଥିରେ ଆଗପଛ ଏଲ୍ ଇଡ଼ି ଲାଇଟ୍, ଇଣ୍ଡିକେଟର, ଅଟୋବ୍ରେକ୍ ଲାଇଟ୍, ଦୁଇଟି ହର୍ଣ୍ଣ ସହ ମୋବାଇଲ୍ ଚାର୍ଜର ବ୍ୟବସ୍ଥା ରହିଛି । ଏହା ଛଡ଼ା ଜରୁରୀ ଆବଶ୍ୟକତା ସମୟରେ ଏହା ପେଡେ଼ଲ୍ ଦ୍ୱାରା ସାଧାରଣ ସାଇକେଲ ଭଳି ଚଳାଇ ପାରିବ । ଏହା ଦ୍ୱାରା ପ୍ରଦୂଷଣର ଆଦୌ ଭୟ ନଥାଏ ଏହାଛଡ଼ା ସାଧାରଣ ସାଇକେଲ ଭଳି ଦେଖା ଯାଉ ଥିବା ବ୍ୟାଟେରୀ ଚାଳିତ ଏହି ସାଇକେଲର ପଞ୍ଜିକରଣର କୌଣସି ଆବଶ୍ୟକତା ପଡ଼ିନଥାଏ ବୋଲି ନିର୍ମାତା ନରେନ୍ଦ୍ର ଜେନା କହିଛନ୍ତି । ଆଜି ଦୁନିଆ ହାଲ୍ ଚାଲ୍ ଅଫିସ୍ ପରିସରରେ ତାଙ୍କ ଦ୍ୱାରା ନିର୍ମିତି ଏହି ସାଇକେଲର ପରୀକ୍ଷାମୂଳକ ପଦର୍ଶନ ସେ କରିଥିଲେ । ବ୍ରହ୍ମପୁର ସରକାରୀ ଆଇ.ଟି.ଆଇ, ଡ଼ିପ୍ଲୋମରେ ଅଧ୍ୟୟନ କରିବା ସହ ଏବେ ବିଟେକ୍ (EEE BRANCH)ର vignan institute of technology and management berhampur ଦ୍ୱିିତୀୟ ବର୍ଷର ଛାତ୍ର ସେ ଏହି ବ୍ୟାଟେରୀ ଚାଳିତ ସାଇକେଲର ନାମ ରଖିଛନ୍ତି ଇ.ସାଇକେଲ, କୌଣସି ସଂସ୍ଥା ଏହାର ବ୍ୟବସାୟୀକ ନିର୍ମିତା ପାଇଁ ଚାହିଲେ ତାଙ୍କ ସହ ଏହି ୯୭୭୭୧୪୮୨୪୬/୭୦୦୮୩୪୮୩୬୩ ନମ୍ବରରେ ଯୋଗାଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

















