ହିଞ୍ଜିଳିକାଟ, ୨୨ା୨(ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ମକରଝୋଳ ଠାରେ ଶୁକ୍ରବାର ଜାଗର ଯାତ୍ରା ଅବସରରେ ହିଂଜିଳିକାଟୁର ସୃଷ୍ଟି ଓ ନୃତ୍ୟୁମ ଅନୁ ।ନର ମିଳିତ ସହଯୋଗରେ ସାଂସ୍କୃତିକ ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆାୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆସିକା ସଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ, ଗଂଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା, ଓଡ଼ିଶା ଜୀବିକା ମିଶନର ପ୍ରଶିକ୍ଷଣ ଦାତା ଶୁକଣ୍ଠ ପଣ୍ଡା ପ୍ରମୁଖ ମଂଚାସିନ ରହି ଅନୁ ।ନର ଶିଶୁ କଳାକାରଙ୍କୁ ଉତ୍ସାହିତ କରିଥିଲେ । ନୃତ୍ୟମ ଅନୁ ।ନର ଉପସଭାପତି ମଂଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଶିଶୁ କଳାକାରଙ୍କ ନୃତ୍ୟରେ ଗ୍ରାମ ଦୁଲୁକି ଉଠିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଅଂଚଳର ଲକ୍କାୟିତ ପ୍ରତିଭାବନ କୈବଲ୍ୟ ବାଡ଼ତ୍ୟା, ମନୋଜ କୁମାର ସାହୁଏବଂ ତାନିରୁ ଶ୍ରୀନିବାସ ଦାସଙ୍କୁ ବରି କଳାକାର ସମ୍ମାନ ଓ ନୃତ୍ୟୁମ ଅନୁଷ୍ଠାନର ଶିଶୁ କଳାକାର ସାଇସ୍ମୃତି ପଟ୍ଟନାୟକଙ୍କୁ କୃତି କଳାକାର ସମ୍ମାନ ୨୦୨୦ରେ ଅତିଥି ମାନଙ୍କ ଦ୍ୱାର ସମ୍ମାନିତ କରାଯାଇଥିଲା । ଓଡ଼ିଶୀ ଗୁରୁ ମାନସ ରଂଜନ ରଥ, ରବି ଶଙ୍କର ମାଝି, ପଶ୍ଚିମବଙ୍ଗର ସିନେ ନିଦେ୍ର୍ଧଶକ ସୁମନ ଦା, ଅନୁଷ୍ଠାନର ନିଦେ୍ର୍ଧଶକ କୃଷ୍ଣଚନ୍ଦ୍ର ସାହୁ, ଲଳିତ କୁମାର ସେଠି, ଶ୍ୟାମଘନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ପୋଡ଼ିଙ୍ଗି ଠାରେ ସ୍ୱେଛାସେବୀ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ୧୦୦୮ ଦୀପଦାନ କାର୍ଯ୍ୟକ୍ରମ ଓ ସ୍ଥାନୀୟ ପୌରାଂଚଳ ନୁଅାଁଗଡ଼ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଏକ ଲକ୍ଷ ଆଠ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶନିବାର ଅନ୍ନଯଜ୍ଞର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂପୃକ୍ତ ଗ୍ରାମବାସୀ ଓ ତ୍ରିରଙ୍ଗା ସେବା ସଂଘର ସଦସ୍ୟ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

















