Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜାଗର ଯାତ୍ରା ପାଇଁ ଶିବମନ୍ଦୀର ଚଳଚଞ୍ଚଳ

ଜାଗର ଯାତ୍ରା ପାଇଁ ଶିବମନ୍ଦୀର ଚଳଚଞ୍ଚଳ

216
ADVERTISEMENT

କୋଦଳା,୨୨।୨(ସୂର୍ଯ୍ୟନାରାୟଣ ବଡୁ ) : ଶୁକ୍ରବାର ଦେବ ଦେବ ମହାଦେବଙ୍କ ପର୍ବ ମହାଶିବରାତ୍ରୀ ବା ଜାଗର ଯାତ୍ରା । ଏଥି ସକାଶେ କୋଦଳା ସମେତ ନିକଟସ୍ଥ ଗ୍ରାମାଞ୍ଚଳ ଗୁଡ଼ିକରେ ଅବସ୍ଥାପିତ ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି ।କୋଦଳା ଆରାଧ୍ୟ ଦେବତା ବାବା ଦଣ୍ଡିଶ୍ଵର ମନ୍ଦିରରେ ଆଜି ପ୍ରାତଃରୁ ଜନ ସମାଗମ ଦେଖିବାକୁ ମିଳିଛି । ଉଜାଗର ନିମନ୍ତେ ମନ୍ଦିର ବେଢା ଚତୁର ପାର୍ଶ୍ଵରେ ଭକ୍ତମାନେ ସକାଳ ଠାରୁ ନିଜ ନିଜ ଆସ୍ଥାନ ଜମାଇଛନ୍ତି । ଭକ୍ତଙ୍କ ସୁବିଧା ନିମନ୍ତେ ମନ୍ଦିର ପ୍ରଶାସନ ଓ କୋଦଳା ପୋଲିସ ତରଫରୁ ସମସ୍ତ ସୁବିଧା ଓ ବ୍ୟବସ୍ଥା କରାଯାଇଛି । ପଥୁରୀ ଠାକୁରାଣୀ ଯୁବ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ସାମାଜିକ ନାଟକ “ଉଜୁଡି ଗଲା ମୋ ସୁନା ସଂସାର “ମଞ୍ଚସ୍ତ ହୋଇଥିଲା । ଏହାକୁ ବିଜୁ ଜନତା ଦଳ ଜିଲ୍ଳା ସାଧାରଣ ସମ୍ପାଦକ ତଥା ସମାଜସେବୀ ହର ପ୍ରସାଦ ସାହୁ ଉଦଘାଟନ କରିଥିଲ। ବେଳେ ପ୍ରାତଃ ସମୟରେ ମହାଦୀପ ଉଠାଇବା ଏବଂ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ଦଣ୍ଡିଶ୍ଵର କାଉଡିଆ ସଙ୍ଘ ଓ ବିଭିନ୍ନ ସ୍ଵେଛାସେବି ଅନୁଷ୍ଠାନ ପକ୍ଷ୍ରୁ ମାଗଣା ଖାଦ୍ୟ , ପାନୀୟ , ଔଷଧର ବ୍ୟବସ୍ଥା କରାଯାଇଛି । ସେହିପରି ଫାସି ମାଣୀକେଶ୍ଵର , ଶାଙ୍କୁଡା ଧବଳେଶ୍ୱର , ବରିଡା ଅମରେଶ୍ଵର , ସାଳବଣ ସିଦ୍ଧେଶ୍ଵର , ବେଗୁନିଆପଡା ସିଦ୍ଧେଶ୍ଵର , କୋଦଳା ତାଳେଶ୍ଵର , ଖଜୁରେଶ୍ଵର, ଗୌରାଦେଇପୂର ବାଲୁଙ୍କେଶ୍ୱର ପ୍ରଭ୍ରୁତୀ ମନ୍ଦିର ମାନଙ୍କ ରେ ଭକ୍ତଙ୍କ ଗହଳି ଲାଗି ରହିଛି । ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପଂହଚିଛି । ଶୈବପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଥାନା ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସାଦା ପୋଷାକ ଧାରୀ ପୋଲିସ ମୃତୟନ କରାଯିବା ବ୍ୟବସ୍ଥା ରହିଛି । ମହାଶିବରାତ୍ରୀ ପାଇଁ ସ୍ଥାନୀୟ ପୂଜା ବଜାର ସରଗରମ ହୋଇପଡ଼ିଥିବା ବେଳେ ଫଳ ଦୋକାନରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି ।

Advertisement