ବ୍ରହ୍ମପୁର,୨୨।୨(ସୁଦାମ ମହାରଣା): ଗଞ୍ଜାମ ଜିଲ୍ଲା ଆସିକା ବସ୍ ଷ୍ଟାଣ୍ଡରୁ ପୁଲିସ ତିନି ଜଣ ବେଆଇନ ଗଞ୍ଜେଇ ଚାଲାଣକାରିଙ୍କୁ ଗିରଫ କରିଛି । ସେମାନେ ହେଲେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଢିମିରିଗୁଡାର ଦିବାକର ଦିଗାଲ,ପତ୍ନୀ କୁମାରୀ ଦିଗାଲ ଓ ଅନ୍ୟ ସହଯୋଗୀ ଫଗୁଣୀ ଦିଗାଲ।ସେମାନଙ୍କ ଠାରୁ୧୨କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଗୁରୁବାର ଭୋର୍ ୫ଟା ସମୟରେ ଫିରିଙ୍ଗିଆ ରୁ ଗଞ୍ଜେଇ ନେଇ ଭୁବନେଶ୍ୱର ଯିବା ପାଇଁ ବସ୍ ଷ୍ଟାଣ୍ଡରେ ଅପେକ୍ଷା କରିଥିବା ସମୟରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି। ଥାନା କେଶ ନମ୍ବର୬୭/୨୦୨୦ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
















