Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କମାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କମାପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

291
ADVERTISEMENT

ବ୍ରହ୍ମପୁର,୨୨।୨(ଇ.ରଞ୍ଜନ ): ତା,୨୨।୨ରିଖ ଶନିବାର ଦିନ କମାପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ସଭାନେତ୍ରୀ ସନ୍ଧ୍ୟା ଦାସଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସଵରେ ଜଗଦଳପୁର ସରପଞ୍ଚ ମହୋଦୟ ଶ୍ରୀ ହାଡୁବନ୍ଧୁ ବେହେରା ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ଭାବେ ନିମଖଣ୍ଡି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପିଣ୍ଟୁ ପାଣଗ୍ରାହୀ ଯୋଗ ଦେଇ ପିଲାଙ୍କୁ ଭଲ ପାଠ ପଢିବା ପାଇଁ ଉପଦେଶ ଦେଇ ଥିଲେ। ଏ ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଲଳିତା ରଥ ଓ ସହ ଶିକ୍ଷୟିତ୍ରୀ ଶ୍ରୀମତୀ ଆରତୀ ବେହେରାଙ୍କୁ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l ସ୍ଥାନୀୟ ୱାର୍ଡ଼ ମେମ୍ବର ଟୁନା ଦାସ ଓ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଗ୍ରାମ୍ୟ ସଭାପତି ଶିବ ଦାସ ପୁରସ୍କାର ବିତରଣରେ ସହଯୋଗ କରିଥିଲେ l ଗ୍ରାମ୍ୟ କମିଟିର ଉପସଭାପତି ଶ୍ରୀ ଭାବଗ୍ରାହୀ ଦାସ, ସମ୍ପାଦକ ନାଲୁ ଦାସ, ଗ୍ରାମ୍ୟ କମଟି ସଭ୍ୟ ଶ୍ରୀ ସିମଞ୍ଚଳ ଦାସ, ନୃତ୍ୟ ଶିକ୍ଷକ ସୁରଜ ଦାସ ଓ ଅରୁଣ ଦାସ କାର୍ଯ୍ୟକ୍ରମରେ ସହୟୋଗ କରିଥିଲେ।

Advertisement