ବ୍ରହ୍ମପୁର,୨୨।୨,(ସୁଦାମ ମହାରଣା) : ଆଇଏନ୍ ଏସ୍ ଚିଲିକା ଭାରତୀୟ ନୌସେନାର ନାବିକ ପ୍ରଶିକ୍ଷଣ କେନ୍ଦ୍ରର ୪୦ତମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ଏହା ହେଉଛି ରାଜ୍ୟପାଳଙ୍କ ପ୍ରଥମ ଥର ଆଇଏନ୍ ଏସ ଚିଲିକା ଗସ୍ତ କାର୍ଯ୍ୟକ୍ରମ। ପ୍ରଥମେ ସେ ଯୁଦ୍ଧ ସ୍ମାରକୀରେ ପୁଷ୍ପ ଚକ୍ର ପ୍ରଦାନ କରିବା ସହ କର୍ତ୍ତବ୍ୟ ସମୟରେ ପ୍ରାଣ ବଳି ଦେଇ ଥିବା ନାବିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ସେ ପ୍ରଶିକ୍ଷଣ କେନ୍ଦ୍ରର ସୁବିଧା ବୁଲି ଦେଖିଥିଲେ ।


















