ତୁମୁଡିବନ୍ଧ,୨୧।୨(ନଳିନୀ କାନ୍ତ ମିଶ୍ର) : ଶିବରାତ୍ରି ଉପଲକ୍ଷେ ଶ୍ରୀ ଜଳେଶ୍ୱର ଠାରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ପାଖପୋଡ଼ସି ଜିଲ୍ଲା ରାୟଗଡା ଗଜପତି କଳାହାଣ୍ଡି ଜିଲ୍ଲାର ଲୋକମାନଙ୍କୁ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଲୋକ ମାନଂକୁ ଭିଡ଼କୁ ଦେଖି ବାରିକୋଟର ବ୍ୟବସ୍ଥା କରା ଯାଇଥିଲା ଓ ପୋଲିସ ପ୍ରସାସନର ବ୍ୟବସ୍ତା କରାଯାଇ ଥିଲା ଓ ସ୍ବେଛାସେବୀ ଅନୁଷ୍ଠାନ ମଧ୍ୟ୍ୟ ହାତ ବଢ଼ାଇଛି ଓ ଲୋକଙ୍କ ସୁବିଧା ପାଇଁ ଅର୍ଣ୍ଣ ପ୍ରସାଦ ର ବ୍ୟବସ୍ତା କରାଯାଇଛି । ଆମ ପ୍ରତିନିଧି ମନ୍ଦିରର ପୂଜାରୀ ମାନଙ୍କୁ ପଚାରି ବୁଝିଥିଲେ ମହାଦୀପ ବିଷୟରେ ମନ୍ଦିର ପୂଜକ ଉତ୍ତର ରଖି କହିଥିଲ ରାତ୍ର 12 ଟା ରେ ମହାଦୀପ ଉଠିବାର ଅଛି ଓ ଅନ୍ୟ ଏକ ବିଷୟ ପଚାରି ଥିଲେ ଜଳେଶ୍ୱରଙ୍କ ମନ୍ଦିରରେ ଯେଉଁ ନଦୀ ପ୍ରବାହିତ ହେଉଛି ଓ ନଦୀରେ ଯେଉଁ ମାଛ ରହୁଛନ୍ତି ସେ ବିଷୟରେ ପୂଜାରୀଙ୍କୁ ପଚାରି ଥିଲୁ ଓ ସେ କହିଥିଲେ ଆଜକୁ 12 ବର୍ଷ ହେବ ଯେତେ ବନ୍ୟା ବାତ୍ୟା ହେଲେ ମାଛ ମାନେ ଏଠାରେ ରୁହନ୍ତି ଓ ଲୋକ ମାନେ ମନ୍ଦିର କୁ ପୂଜା କରି ଆସିବା ସମୟରେ ସେମାନଙ୍କୁ ଖାଦ୍ୟ ଦିଅନ୍ତି ଓ ଏହି ମନ୍ଦିରରେ ପଞ୍ଚଲିଙ୍ଗ ଆବିର୍ଭାବ ହୋଇଛନ୍ତି ଓ ବନ୍ୟା ହେଲେ ମନ୍ଦିରଟି ନଦୀ ଭିତରେ ଥିବାରୁ ସମ୍ପୂର୍ଣ ବୁଡି ଯାଏ l


















