Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମହେନ୍ଦ୍ରଗିରିରେ ଜାଗରଯାତ୍ରା: ଲକ୍ଷାଧିକ ଭକ୍ତ ସମାଗମ

ମହେନ୍ଦ୍ରଗିରିରେ ଜାଗରଯାତ୍ରା: ଲକ୍ଷାଧିକ ଭକ୍ତ ସମାଗମ

289
ADVERTISEMENT

ପାରଳାଖେମୁଣ୍ଡି,୨୧।୨(ପ୍ରଭାତ କୁମାର ପାତ୍ର) : ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ହୋଇଛି ମହେନ୍ଦ୍ରଗିରି। ଓଡ଼ିଶା ଆନ୍ଦ୍ର ସୀମାନ୍ତରେ ଥିବା ମହେନ୍ଦ୍ରଗିରି ପର୍ବତକୁ ପ୍ରତି ବର୍ଷ ଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ସମସ୍ତ ଶୈବପୀଠରେ ଶିବରାତ୍ରିରେ ଜାଗର ପାଳନ ହୋଇଥିବା ବେଳେ ଏଠାରେ କିନ୍ତୁ ଶିବରାତ୍ରି ପୂର୍ବ ଦିନ ଜାଗର ପାଳନ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଶିବରାତ୍ର ଦିନକ ପୂର୍ବରୁ ଅର୍ଥାତ୍ ଗୁରୁବାର ଠାରୁ ହିଁ ଏଠାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସତ୍ୟଯୁଗରେ ମହାଦେବ ଗୋହତ୍ୟା ଦୋଷରୁ ମୁକ୍ତି ପାଇଁ ମହେନ୍ଦ୍ରଗିରିରେ ତପସ୍ୟା କରିବା ସହ ଗୋକଣ୍ଣେଶ୍ବରଙ୍କୁ ପ୍ରତିଷ୍ଠା କରିଥିଲେ। ସେପରି ଦ୍ୱାପର ଯୁଗରେ ପଞ୍ଚୁ ପାଣ୍ଡବ ଅଞାତବାସ ସମୟରେ ଏଠାରେ ରହିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ତେଣୁ ସେମାନଙ୍କ ନାମରେ ମନ୍ଦିର ରହିଛି ଏହି ମନ୍ଦିର ଅନ୍ୟପକ୍ଷେ ତ୍ରେତୟା ଯୁଗରେ ପ୍ରଭୁ ପଶୁରାମଙ୍କ ତପସ୍ଥଳି ଓ ରାମାୟଣ ବର୍ଣ୍ଣିତ ହନୁମାନଙ୍କ ଲୋକଙ୍କୁ ଲମ୍ଫ ପ୍ରଦାନ ସ୍ଥଳି ବୋଲି କୁହାଯାଏ। ସେହିପରି ନୀଳମାଧବ ଓ ଦାରୁବ୍ରହ୍ମଙ୍କ ଆଦ୍ୟସ୍ଥଳି ମହେନ୍ଦ୍ରଗିରି ବୋଲି କଥିତ ରହିଛି। ତେଣୁ ଏଭଳି ଏକ ପୂନ୍ୟ ପୀଠରେ ମହାଶିବରାତ୍ରି ପାଳନ କରିବା ସହ ଶିବରାତ୍ରିର ପ୍ରଥମ ସୂର୍ଯ୍ୟ ଉଦୟ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରଖି ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି। ଭକ୍ତିଙ୍କ ପ୍ରବଳ ଜନସମାଗମକୃ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା କହିଛନ୍ତି। ସେହିଭଳି ପାରଳାଖେମୁଣ୍ଡିର ସମସ୍ତ ଶୈବପୀଠ ମାନଙ୍କରେ ଜାଗର ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଆରମ୍ଭ ହୋଇଛି।

Advertisement