Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଶିବରାତ୍ରି ଉପଲକ୍ଷେ, ଆଠଗଡର ଅଷ୍ଟଶମ୍ବୁ ଚଳଚଞ୍ଚଳ

ଶିବରାତ୍ରି ଉପଲକ୍ଷେ, ଆଠଗଡର ଅଷ୍ଟଶମ୍ବୁ ଚଳଚଞ୍ଚଳ

276
ADVERTISEMENT

ବ୍ରହ୍ମପୁର୨୧।୨(ସୁଦାମ ମହାରଣା) : ଆଜି ହେଉଛି ପବିତ୍ର ଶିବରାତ୍ର।ଏହି ଅବସରରେ ସମସ୍ତ ଶୈବପୀଠ ଚଳଚଞ୍ଚଳଭ ।ଗଞ୍ଜାମ ଜିଲ୍ଲା ଆଠଗଡ ରଜାଙ୍କ ଦ୍ଵାରା ପ୍ରତିଷ୍ଠିତ ଶିବଙ୍କ ବିଭିନ୍ନ ନାମରେ ପରିଚିତ ମନ୍ଦିରରେ ଆଜି ଭକ୍ତଙ୍କ ନାହିଁ ନଥିବା ଭିଡ ଜମି ଥିଲା।ଓମ୍ ନମ୍ ହ ଶିବାୟ ଧ୍ବନି ରେ ପ୍ରକଣ୍ଟିତହେଉଥିଲା ପରିବେଶ । ୩୦ଜଣ ଯୁବକ ଜୁଲଣ୍ଡି ଗ୍ରାମର ପାଦରେ ଚାଲି ଚାଲି ଅଷ୍ଟଶମ୍ବୁ ଦର୍ଶନ କରିଥିଲେ। ଏହି ଅଷ୍ଟଶମ୍ବୁ ତାଲିକାରେ ଶିକୁଳାର ଗୁଣେଶ୍ବର,କୋଦଳା ର ଦଣ୍ବେଶ୍ବର,ଫାସିର ମାଣିକେଶ୍ବର,ଆଠଗଡର କର୍ଣ୍ଣେଶ୍ବର ,ଜୁଲୁଣ୍ଡାର ମହାଲିଙ୍ଗେଶ୍ବର,ହାତୀ ଓଟ ମୁକ୍ତେଶ୍ଵର,ବୋଲସରର ଭୋଳେଶ୍ବର ,ବଡଖରିଡା ଗ୍ରାମର କାଳେଶ୍ବର ଶୈବପୀଠରେ ପ୍ରବଳଭକ୍ତଙ୍କ ସମାଗମ ହୋଇଥିଲା।

Advertisement