ବ୍ରହ୍ମପୁର ୨୧।୨(ଡି.ଏଚ) : ସାଉଥକୋ ପରିଚାଳନାଧିନ ବ୍ରହ୍ମପୁର ମହାନଗର ନିଗମ ସମେତ ଏହାର ଆଖ ପାଖ ଅଞ୍ଚଳ ଗୁଡିକରେ ବିଦ୍ୟୁତ ବିଭାଗର ଚରମ ଅବହେଳାରୁ ପ୍ରତି ମୁହୂର୍ତ୍ତରେ ଧନଜୀବନ ହାନିର ଆଶଙ୍କା ପ୍ରକାଶ ପାଇଛି । ଆଜି ସକାଳ ମାଣ୍ଡିଆପଲି ଛକ ଠାରୁ ଭାଂଜବିହାର ଯିବା ରୋଡ଼ ମୋନାର୍କ ମାର୍କେଟ ଠାରେ ଏକ ଜେସିବି ବିଦ୍ୟୁତ ତାର ସ୍ପର୍ଶ କରିବା ଯୋଗୁଁ ଦୁର୍ଘଟଣାର ସମୁଖୀନ ହୋଇଥିଲା । ସମ୍ପୃକ୍ତ ଅଞ୍ଚଳରେ ତାର ଗୁଡିକ ଝୁଲି ରହିଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହେଉଛି ସେହି ଭଳି ସହରର ଗଳି କନ୍ଦି ଠାରୁ ଆରମ୍ଭ କରି ପ୍ରଶସ୍ତ ରାସ୍ତା ଗୁଡିକରେ ମଧ୍ୟ ଏହି ଭଳି ବିଜୁଳି ତା’ର ଝୁଲୁ ଥିବା ଦେଖିବାକୁ ମିଳିଛି । ସହରର ଲାଂଜିପଲ୍ଲୀ କମାପଲ୍ଲୀର କିଛି ଅଂଶରେ ଗତ 10 ମାସରୁ ଉର୍ଦ୍ଧ୍ୱ ସମୟ ଧରି ଦିବାରାତ୍ର ରଟର ଆଲୁଅ ଗୁଡିକ ଜଳୁଥିଲେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଗୋଟିଏ ପଟେ ବିଦ୍ୟୁତ ଅଭାବକୁ ମେଣ୍ଟାଇବା ପାଇଁ ବିଦ୍ୟୁତ ବ୍ୟବହାର କମକରିବାକୁ କର୍ତ୍ୟୁପକ୍ଷ ବାରମ୍ବାର ପ୍ରଚାର କରୁଥିବା ବେଳେ, ଆଉ ଗୋଟିଏ ପଟେ ବିଦ୍ୟୁତ ଅପଚୟ ରୋକିବାରେ କାର୍ତ୍ୟୁପକ୍ଷଙ୍କ ଚରମ ଦାଇତ୍ୱହୀନତାର ପରିଚୟ ହେଉଛି । ସହର ସାରା ଏଭଳି ଅବ୍ୟବସ୍ଥା ଦୃସ୍ଥ ଗୋଚର ହେଉଥିବା ବେଳେ ହରଡା ଖଣ୍ଡି ,ଲକ୍ଷ୍ମୀନୃସିଂହ ସାହି ,ଆନନ୍ଦ ନଗର , ଧର୍ମନଗର ,ପ୍ରଭୃତି ଅଞ୍ଚଳରେ ଘରୋଇ ଏବଂ ବ୍ୟବସାୟିକ ପ୍ରତିଷ୍ଟାନ ଗୁଡିକୁ ବିଦ୍ୟୁତ ଲାଇନ ଦେବା ପାଇଁ କେବୁଲ ଟଣା ଯାଇଛି । କିନ୍ତୁ ସେଥିରେ ବିଦ୍ୟୁତ ସରବରାହ କରାଯାଇ ନାହିଁ । ସେହି ଅଞ୍ଚଳ ଗୁଡିକରେ ଘର ଗୁଡିକର ଅତି ନିକଟରେ ତାର ଟଣା ଯାଇଥିବା ଯୋଗୁଁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଘଟିବା ଆଶଙ୍କା ପ୍ରକାଶ ପାଇଛି । ନିର୍ମାଣଧିନ କୋଠା ଗୁଡିକ ଉପରେ ଯାଇଥିବା ବିଦ୍ୟୁତ ତାର ଲାଗି ଗତ ଏକ ବର୍ଷ ମଧ୍ୟରେ ସହରର 28 ଜଣଙ୍କ ମୁର୍ତ୍ୟୁ ହୋଇଥିବା ବେଳେ ଏହି ଅଞ୍ଚଳର ସର୍ବାଧିକ 5 ଜଣଙ୍କ ମୁର୍ତ୍ୟୁ ହୋଇଛି । ନୂତନ ବିଦ୍ୟୁତ ଲାଇନ ଦେବା ଏବଂ ରାସ୍ତା ଉଚ୍ଚା କରିବା ବେଳେ ବିଦ୍ୟୁତ ଏବଂ ରାସ୍ତା ନିର୍ମାଣକାରି ସଂସ୍ଥା ମଧ୍ୟରେ ସମନ୍ୱୟ ରହୁନ ଥିବା ଯୋଗୁଁ ଉଭୟ ବିଭାଗ ବେପାରୁଆ ଭାବେ ନିଜ ନିଜର କର୍ତ୍ତବ୍ୟ ସମାପନ କରିଥାନ୍ତି । ଯାହାକି ସାଧାରଣରେ ଧନଜୀବନହାନିର ଆଶଙ୍କା ପ୍ରକାଶ ପାଇଛି । ବିଦ୍ୟୁତ ଉଚ୍ଚ କର୍ତ୍ୟୁପକ୍ଷ ଏବଂ ଜିଲ୍ଲା ପ୍ରଶାସନ ଏଥି ପ୍ରତି ସଂଧିକ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

















