କୋଦଳା,୨୧।୨(ସୂର୍ଯ୍ୟନାରାୟଣ ବଡୁ) : ଦିର୍ଘ ୧୧ ମାସ ପରେ କୋଦଳା ପୋଲିସ ହାତରେ ବହୁ ଚର୍ଚିତ ବେଗୁନିଆପଡା ବ୍ଲକ ବୁରୁଝୁରୀ ବିଜୟଲକ୍ଷ୍ମୀ ନାୟକର ହତ୍ୟା ଅପରାଧୀ । ମହିଳାଙ୍କ ହତ୍ୟା ଘଟଣା ପରେ ପୋଲିସର ସନ୍ଦେହ ଘେରରେ ଥିବା ସେହି ଗ୍ରାମର ଏମସିଏ କରି ମୁମ୍ବାଇର ଏକ ଘରୋଇ କମ୍ପାନୀରେ କାର୍ଯରତ ଥିବା ପୂର୍ଣ ଚନ୍ଦ୍ର ସାହୁଙ୍କ ପୁତ୍ର ବିନାୟକ ସାହୁଙ୍କୁ ପୋଲିସ ଡାକି ଅଟକ ରଖି ତଦନ୍ତ କରିଥିଲେ ସୁଦ୍ଧା କୌଣଷି ସଫଳତା ପାଇ ନ ଥିଲା । ଏଥି ନିମନ୍ତେ ପୋଲିସକୁ ମଧ୍ୟ ବହୁ କଥା ଶୁଣିବାକୁ ପଡ଼ିଥିଲା । ମୃତକଙ୍କ ପରିବାର ମଧ୍ୟ ନ୍ୟାୟ ନ ପାଇ ଦୁଃଖ ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନର ଥାନା ଅଧିକାରୀ ଦେବାଶିଷ ମହାନ୍ତି ଏହି ମାମଲାକୁ ଗୁରୁତର ସହିତ ଗ୍ରହଣ କରି ଗଞ୍ଜାମ ଆରକ୍ଷୀ ଅଧିକ୍ଷ୍ଯକଙ୍କ ନିର୍ଦ୍ଦେଶ ପ୍ରକାରେ ଉକ୍ତ ମାମଲାକୁ ତ୍ୱରାନିତ କରିଥିଲେ । ସହଯୋଗ କରିଥିଲେ ଫାଣ୍ଡି ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା , ଥାନା ଏସଆଇ ଅନିଲ କୁମାର ସାହୁ ସମେତ ସମସ୍ତ କର୍ମଚାରୀ । ଶେଷ ରେ ସଫଳତା ପାଇଲା ପୋଲିସ । ଆଜି ଏହାକୁ ନେଇ ପୁରୁଷୋତ୍ତମ ପୁର ଏସଡିପିଓ ସୀମା ସ୍ବାଇଁ କୋଦଳା ଥାନା ପରିସର ରେ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ରେ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ଅଭିଯୁକ୍ତ ବିନାୟକ ସାହୁ ଗିରଫ ହୋଇଥିବା ଏବଂ ସେ ହତ୍ୟା କରିଥିବା ସ୍ବୀକାର କରିଥିବା ନେଇ ଏସଡିପିଓ ପ୍ରକାଶ କରିଥିଲେ ଓ ହତ୍ୟାରେ ବ୍ୟବହ୍ରୁତ କାଠ ଫାଳିଆ , ରକ୍ତଭିଜା ରୁମାଲ ଜବତ ହୋଇଥିବା କହିଛନ୍ତି ।କିନ୍ତୁ କେମିତି ଓ କାହିଁକି ଜଣେ ଦୁଇ ସନ୍ତାନ ର ଜନନୀ କୁ ଏପରି ବିଭଛ ଭାବେ ହତ୍ୟା କରିଛି ସେ ବିଷୟ ରେ କିଛି କହି ନ ଥିଲେ। 31/03/2019 ଦିନ ଏଗାର ଘଣ୍ଟ ସମୟ ରେ ତାକୁ ହତ୍ୟା କରାଯାଇଥିଲା ଓ ବିନାୟକ ହିଁ ହତ୍ୟା କରିଥିବା ସ୍ବୀକାର କରିଛି ବୋଲି ଏସଡିପିଓ କହିଛନ୍ତି । ଆଜି ତାକୁ କୋଦଳା ପୋଲିସ କେଶ ନ 78/2020ଧାରା 457/302/376(1)/380/34 ଅନୁଯାଇ ଡାକ୍ତରୀ ପରିକ୍ଷ୍ୟା ପରେ ଖଲିକୋଟ ମାନ୍ୟବର ଜେଏମଏଫସି କୋର୍ଟ କୁ ପଠାଇ ଦିଆଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।ଏହି ବ୍ୟକ୍ତିଙ୍କୁ ନିଜ ହେପାଜତକୁ ଆଣିଥିଲେ ସୁଦ୍ଧା କାହିଁକି ଗିରଫ କରାଯାଇ ନ ଥିଲା ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଏସଡିପିଓ ବ୍ୟବଛେଦ ରିପୋର୍ଟ ମିଳିବାରେ ଡେରି ହେବାରୁ ସମୟ ଲାଗିଥିଲା ଏବଂ ସେହିଦିନ ଠାରୁ ତଦନ୍ତ ପରିସରଭୁକ୍ତ ଥିଲା ବୋଲି ପ୍ରକାଶ କରିଥିଲେ ।କିନ୍ତୁ ଡେରିରେ ହେଲେ ମଧ୍ୟ ପୋଲିସର ଏହି କାର୍ଯ୍ୟକୁ ମ୍ରୁତ ବିଜୟଲକ୍ଷ୍ମୀଙ୍କ ପରିବାର ସମେତ ଅଞ୍ଚଳ ବାଷି ଖୁସି ବ୍ଯକ୍ତ କରିଛନ୍ତି ।
ପ୍ରକାଶ ଥାଉ କି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୂରୂଝୂରି ଗ୍ରାମ ରେ ବିଶ୍ଵ ନାଥ ନାୟକ ନିଜ ପରିବାର ସହିତ ରହୁଥିଲେ ୲ ଆର୍ଥିକ ପରିସ୍ଥିତି ଖରାପ ହେତୁ ପରିବାର ଚଲାଇବା ନିମନ୍ତେ ବାହର ରାଜ୍ଯ ରେ କାମ କରିବାକୁ ଚାଲିଯାଇଥିଲେ ୲ ଘରେ ଦୁଇ ସନ୍ତାନ ବଡ଼ଝିଅ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ଅଷ୍ଟମ ଶ୍ରେଣୀ ରେ ପଢୁଛି ୲ 2019 ମାର୍ଚ୍ଚ 31 ରଵିବାର ପୁଅ ଝିଅ ନିଜ ପିଉସୀ ଘର ବେଲପଡା ଯାତ୍ରା ଦେଖିବାକୁ ଯାଇଥିଲେ ୲ ଏହାର ସୁଯୋଗ ନେଇ କେହି ଡୁର୍ବୁକ୍ତ ଘରେ ପଶି ବିଜୟ ଲକ୍ଷ୍ମୀ ନାୟକଙ୍କୁ ଦୁଷ୍କର୍ମ ପରେ ହତ୍ୟା ଭଳି ଅମାନୁଷିକ କାର୍ଯ କରିଥିବା ଜଣା ପଡ଼ିଥିଲା ୲ ସୋମବାର ସକାଳ 9ଘଣ୍ଟ ସମୟ ରେ ବିଜୟ ଲକ୍ଷ୍ମୀଙ୍କ ଜା’ ସବୁଦିନ ପରି ତୋରାଣୀ ନେବାକୁ ଆସିଥିବା ବେଳେ ଘର କବାଟ ଖୋଲା ନଥିବା ଦେଖି କବାଟ ବାଡେଇ ଥିଲେ କିନ୍ତୁ କବାଟ କେହି ନ ଖୋଲିବାରୁ ସନ୍ଦେହ ପ୍ରକଟ କରି ସାହି ବାସିନ୍ଦାଙ୍କୁ କହିଥିଲେ ୲ ଭଣଜା ଟିଣ ଉପରକୁ ଯାଇ ଦେଖିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ କେହି ଜଣେ ପଡ଼ିଥିବାର ଦେଖି ପୁଅ ଝିଅ ସମେତ ପୋଲିସ କୁ ଜଣାଇ ଥିଲେ ତତକ୍ଷଣାତ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ , ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ କୋଦଳା ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ନିଜର ଟିମ ସହିତ ପହଞ୍ଚି ତଦନ୍ତ ଚାଲୁ ରଖିଥିଲେ ୲କିଛି ସମୟ ପରେ ପୁରୁଷୋତ୍ତମପୁର ଏସଡ଼ିପୀଓ ନିମାଇଁ ସେଠୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ୲ ପରେ ପରେ ସନ୍ଧାନୀ କୁକୁର ସହିତ ଫୋରେନ୍ସିକ ଟିମ ପହଞ୍ଚି ଉକ୍ତ ଅଞ୍ଚଳ ଛାନଭିନ କରିବା ସହିତ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ ୲ ଏହାକୁ ନେଇ ଦେଢ଼ଶୁର ନିରଞ୍ଜନ ନାୟକ ବିଜୟ ଲକ୍ଷ୍ମୀଙ୍କୁ ଏକାଧିକ ବ୍ଯକ୍ତି ବଳତ୍କାର ପରେ ହତ୍ୟା କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ୲ଝିଅ କୋହ ଭରା କଣ୍ଠରେ ଏକ ବର୍ଷ ତଳେ ମୋର ମା କୁ ହତ୍ୟା ଉଦ୍ୟମ କରଯାଇଥିଲା କିନ୍ତୁ ମୋ ମା ଚିତ୍କାର କରିବା ପରେ ଅପରାଧୀ ସେଠାରୁ ଚାଲିଯାଇଥିଲେ ବୋଲି ପ୍ରକାଶ କରିଥିଲେ ୲ ବର୍ତମାନ ମୋ ମା କୁ ଜିଏ ମାରିଛି ତାକୁ କଠୋର ରୁ କଠୋର ଦଣ୍ଡ ପ୍ରଦାନ କରାଯାଉ ବୋଲି କହିଥିଲେ ୲ ଘଟଣା ସ୍ଥଳରେ ସରପଞ୍ଚ , ସମିତିସଭ୍ୟ ଉପସ୍ଥିତ ରହି ଉପଯୂକ୍ର ତଦନ୍ତ ସହିତ ଦୋଷିପ୍ରତି ଦ୍ରୁଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ୲ ଥାନା ଅଧିକାରୀଙ୍କୁ ପଚାରିବା ପରେ ସେ କହିଥିଲେ ଯେ ଏଫଆଇଆର ହୋଇଛି ତଦନ୍ତ କରି ଦୋଷୀ କୁ ଶୀଘ୍ର ଧରାଯିବ ବୋଲି କହିବା ସହିତ ବିନାୟକ କୁ ଆଣି ଅଟକ ରଖି ପଚରା ଉଚରା କରି ଛାଡି ଦେଇଥିଲେ ୲କିନ୍ତୁ ବିଳମ୍ବ ହେଉଥିବାରୁ ପରିବାର ସମେତ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

















