କନ୍ଧମାଳ,୨୦।୨(ସୁରେଶ କୁମାର ପଣ୍ଡା) : କନ୍ଧମାଳ ତୁମୁଡ଼ି ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତ ଠାରୁ ୫ କିଲୋମିଟର ଦୂର ଘର ସୋଡ଼ିଙ୍ଗିଆ ଗ୍ରାମର ସଚ୍ଚାମରାଲି ଯାନି ବୟସ ୬0ବର୍ଷ ତାଙ୍କର ୭ଦିନ ହେଲା ମୁଣ୍ଡ ବଢ଼ୀ ଚାଲିଛି ହେଲେ ଟଙ୍କାର ଅଭାବ ହେତୁ ଚିକିତ୍ସା କରିପାରୁ ନାହାନ୍ତି । ମହିଳାଙ୍କ ପୁଅ କାଳିଆ ଯାନି ସହାୟତା ପାଇଁ ହାତ ବଢ଼ାଇଥିଲେ କୁଟିଆ କନ୍ଧ ଉନ୍ନୟନ ବିଭାଗ ସଂସ୍ଥା (କେ.କେ.ଡ଼ି.ଏ )ବେଲଘର କାର୍ଯ୍ୟାଳୟରେ ସେଠାରେ କାର୍ଯ୍ୟାଳୟର ସ୍ୱତନ୍ତ୍ର ଅଧିକାରୀ ରେଣୁଧର ନାୟକ ୩000/ଟଙ୍କା ଆର୍ଥିକ ସାହାଯ୍ୟ କରିବା ସହ ଚିକିତ୍ସା ପାଇଁ ଏମ.କେ.ସି.ଜି ମେଡ଼ିକାଲ ବ୍ରହ୍ମପୁର ପଠାଇଥିଲେ ।

















