ବ୍ରହ୍ମପୁର,୨୦।୨(ସୂର୍ଯ୍ୟନାରାୟଣ ବଡୁ ) : ବୁଗୁଡ଼ାର ମୂଖ୍ୟ ସଡ଼କରେ ଅବାଧ ଗାଈ ଗୋରୁଙ୍କ ବିଚରଣ ଯୋଗୁଁ ଅନେକ ସମୟରେ ବିଭିନ୍ନ ଦୁର୍ଘଟଣା ମାନ ଘଟି ଆସୁଥିବା ବେଳେ ଗତ ବୁଧବାର ରାତିରେ ଗୋରୁ ଆକ୍ରମଣରେ ଜୈନିକ ଓକିଲ ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି l ପ୍ରକାଶ ଯେ ଓକିଲ ସରୋଜ ଦାଶ ବୁଗୁଡା ହାଇ ସ୍କୁଲ ଛକରେ ଥିବା ଏକ ଚାହା ଦୋକାନରେ ଛିଡା ହୋଇଥିଲେ l ଏହି ସମୟରେ ବୁଲୁଥିବା ଗାଈ ଗୋରୁଙ୍କ ମଧ୍ୟରେ ଲଢେଇ ଲାଗିଯାଇଥିଲା l ସେଥିରୁ ଗୋଟିଏ ଗୋରୁ ଆସି ହଠାତ୍ ସରୋଜଙ୍କୁ ଆକ୍ରମଣ କରିଥିଲା l ସେ ଫୋପାଡ଼ି ହୋଇ ପଡିବା ଫଳରେ ତାଙ୍କର ମୁହଁ, ଗୋଡ଼, ହାତରେ ଆଘାତ ଲାଗିଥିଲା l ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତର ଖାନାକୁ ନେଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ଅବସ୍ଥା ଭଲ ଥିବା ଜଣା ଯାଇଛି l ତେବେ ରାସ୍ତାରେ ଗାଈ ଗୋରୁଙ୍କ ଅବାଧ ବିଚରଣ ଫଳରେ ବହୁ କ୍ଷୟକ୍ଷତି ହୋଇଥିଲେ ସୁଦ୍ଧା ସ୍ଥାନୀୟ ଏନ୍ ଏ ସି କତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରୁନଥିବାରୁ ସର୍ବସାଧାରଣରେ କ୍ଷୋଭ ପ୍ରକାଶ ପାଉଥିବା ଜଣାଯାଇଛି l

















