Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଆଗୁଆ ପ୍ରୟାସ

ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ଆଗୁଆ ପ୍ରୟାସ

392
ADVERTISEMENT

କନ୍ଧମାଳ,୨୦।୨(ସୁରେଶ କୁମାର ପଣ୍ଡା) : କନ୍ଧମାଳ ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳ ଝିରୀପାଣି ଏରିଆ ବରଗୁଡ଼ାଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରଗୁଡ଼ା ବିଏସଏସର ସଭାପତି, ସମ୍ପାଦକ ଉପସ୍ଥିତ ରହିବା ସହ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ । ବୈଠକ ହେବାର କାରଣ ଆଗକୁ ଖରାଦିନ ଆସୁଛି ପାଣିପାଗ ବିଭାଗଙ୍କ ସୁଚନା ଅନୁସାରେ ଏ ବର୍ଷ ଭୀଷଣ ଗରମ ଅନୁଭୂତ ହେବ । ଏଣୁ ଜଙ୍ଗଲ ବିଭାଗ ଆଗୁଆ ସତର୍କ ହେବା ସହ ନିଆଁ ଲିଭାଇ ପାଇଁ ଯନ୍ତ୍ର ପାତି ପ୍ରଦାନ କରିବା ସହ ଗ୍ରାମର ସମସ୍ତ ସଭ୍ୟ ସଭ୍ୟାଙ୍କୁ ଏକତ୍ରିତ କରାଇ ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ବୁଝେଇବା ସହ ଶପଥ ପାଠ କରାଇଛନ୍ତି, ବେଲଘର ବନାଞ୍ଚଳ ଅଧିକାରି ଅଞ୍ଜନ କୁମାର ନାୟକ ।

Advertisement