କୁକୁଡାଖଣ୍ଡି,୨୦।୨(ଇ.ରଂଜନ) : କୁକୁଡାଖଣ୍ଡି ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିନରେ ଥିବା ୧୦ଟି ମଡେଲ ଅଗଂନଓ୍ବାଡି କେନ୍ଦ୍ର ବୁଲି ଦେଖିଛନ୍ତି କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର। ବିଭିନ୍ନ ସମୟରେ ଅଗଂନଓ୍ବାଡି କେନ୍ଦ୍ର ଖୋଲାଯାଉନଥିବା ପୂବରୁ ଅଭିଯୋଗ ହେଉଥିଲା। ପରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ବ୍ଲକରେ ୧୦ଟି ଅଗଂନଓ୍ବାଡି କେନ୍ଦ୍ର ଗୁଡିକରେ ଆନୁସଗିଂକ ବ୍ୟବସ୍ଥା ରଖାଯାଇ ସେଗୁଡିକୁ ମୋଡେଲ କେନ୍ଦ୍ର ଭାବେ ପରିଗଣିତ କରାଗଲା। କେନ୍ଦ୍ର ଗୁଡିକ ସଫାସୁତୁରା ସହ ଉନ୍ନତ ମାନର ରୋଷେଇ ବ୍ୟବସ୍ଥା,ବହି,ବ୍ୟାଗ୍,ଖେଳନା,ବସିବା ପାଇଁ ଟେବଲ ,ଚେୟାର ସାମଗ୍ରୀ ଆଦି ରଖାଯାଇ ସୁନ୍ଦର କରାଯାଉଛି। ଛୋଟ କୋମଳମତି ପିଲାମାନକୁଂ ଅଗଂନଓ୍ବାଡି କେନ୍ଦ୍ରକୁ ଯାଇ ପଢିବା,ଖାଇବା ,ପିନ୍ଧିବା ପରି ବ୍ୟବସ୍ଥା ଦ୍ବାରା ପିଲାକୁଂ ଆକୃଷ୍ଟ କରିବା ପାଇଁ ରାଜ୍ୟସରକାର କୋଟିକୋଟି ଟଙ୍କା ବ୍ୟୟ କରାଯାଉଛି। ସେଗୁଡିକ ସଠିକ୍ ଭାବେ କୁକୁଡାଖଣ୍ଡି ବ୍ଲକରେ କରାଯାଉଛିକି ନାହିଁ କେନ୍ଦ୍ର ଗୁଡିକ ପରିଦର୍ଶନ କରି ତଦାରଖ କରିଥିଲେ। ଗୁରବାର ଗଂଜାମ ଜିଲ୍ଲାପାଳ ଆଇସିଡିଏସ କାଯ୍ୟକ୍ରମ ଉପରେ ସମୀକ୍ଷା କରିବା ପରେ ବିଡିଓ ମଡେଲ ଅଗଂନଓ୍ବାଡି କେନ୍ଦ୍ର ଗୁଡିକୁ ଗସ୍ତ କରିଥିଲେ।

















