Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗ୍ୟାସ ସିଲିଣ୍ଡର ଫାଟି : ମହିଳା ଆହାତ

ଗ୍ୟାସ ସିଲିଣ୍ଡର ଫାଟି : ମହିଳା ଆହାତ

336
ADVERTISEMENT

କୁକୁଡାଖଣ୍ଡି,୨୦।୨(ଇ.ରଞ୍ଜନ) : ସଦରଥାନା ଅନ୍ତଗତ ବାଳକୃଷ୍ନପୁର ଗ୍ରାମରେ ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ମହିଳା ଆହାତ ହୋଇଥିବା ଜଣାପଡିଛି। ତନୁ ସାହୁ (୨୫)କଂ ଘରେ ମଗଂଳବାର ରାତ୍ରରେ ରାନ୍ଧିବା ସମୟରେ ଗ୍ୟାସ ଲିକ ଅନୁମାନ କରି ବନ୍ଦ କରିଦେଇଥିଲେ।ବୁଧବାର ପୁଣି ସକାଳ ୭ଟାରେ ତନୁ ପୁଣି ଗ୍ୟାସ୍ ଲଗାଇଲାବେଳେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା। ତନୁ ଏଥିରେ ଆହାତ ହୋଇଥିଲେ। ତାକୁଂ ପରିବାର ବର୍ଗ ୧୦୮ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନା ନେଇଥିଲେ। ଖବରପାଇ ବ୍ରହ୍ମପୁର ଦମକଳ ବିଭାଗ ପହଁଞ୍ଚି ଘରେ ଲାଗିଥିବା ନିଆଁ ଲିଭାଇଥିଲେ। ନିଆଁରେ ଘରର ବହୁ ଆସବାବ ପତ୍ର ଜଳି ଯାଇଛି । ସଦରଥାନାର ଅତିରିକ୍ତ ଥାନାଧିକାରୀ ବିଶ୍ବନାଥ ଜାଲି ପହଂଚି ତଦନ୍ତ ଚଳାଇଛନ୍ତି।

.

Advertisement