Saturday, September 26, 2026
ADVERTISEMENT
Home ଆଞ୍ଚଳିକ ପଙ୍କଜ ପାତ୍ର ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟର ରାଜ୍ୟ ଟ୍ରିବୁନାଲ ଅଧକ୍ଷ ଭାବେ ମନୋନୀତ

ପଙ୍କଜ ପାତ୍ର ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟର ରାଜ୍ୟ ଟ୍ରିବୁନାଲ ଅଧକ୍ଷ ଭାବେ ମନୋନୀତ

333
ADVERTISEMENT

କୋରାପୁଟ,୨୦/୨(ସୁନୀଲ ଦାଶ ): କରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ର ବରିଷ୍ଠ ଆଇନଜୀବୀ ତଥା ପ୍ରେସ୍ କ୍ଳବ ସଭାପତି ପଙ୍କଜ ପାତ୍ର ଷ୍ଟେଟ ୟୁନିଅନ ଅଫ ଜର୍ନାଲିଷ୍ଟର ରାଜ୍ୟ ଟ୍ରିବୁନାଲ ଅଧକ୍ଷ ଭାବେ ମନୋନୀତ ହଇଛନ୍ତି । ନାରାୟଣ ପାଟଣାରେ ହୋଇଥିବା ଏସ ୟୁଜେ ବୈଠକରେ ଏହା ସୂଚନା ଦିଆଯାଇଛି । କୋଟପାଡ଼ ପ୍ରେସ୍ କ୍ଳବ ତରଫରୁ ପଙ୍କଜ ପାତ୍ରଙ୍କୁ ଶୁବେଚ୍ଛା ଜଣାଯାଇଛି । ଏହି ପଦବୀରେ ମନୋନୀତ ହେବାପରେ ଶ୍ରୀ ପାତ୍ର ସମସ୍ତ ସାମ୍ବାଦିକ ଓ ଏସ ୟୁ ଜେ ସଭାପତି ଶ୍ରୀ ଅଜୟ ସାହୁ ତଥା ସମ୍ପାଦକ ଶ୍ରୀ କୈଳାସ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଓଡିଶା ରେ ଦିନକୁ ଦିନ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ କହିଛନ୍ତି ଆଗନ୍ତ ଦିନ ରେ ରାଜ୍ୟ ସରକାର ଉପରେ ଚାପ ପକାଇ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବାପାଇଁ ଏସ ୟୁ ଜେ ର ମୂଳ ଲକ୍ଷ୍ୟ ରହିବ l

Advertisement