ବାଲିଗୁଡା,୨୦/୨(ଟିକି ଦଣ୍ଡିଆ) : ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଧେଶ ପରେ ଦୀର୍ଘ ଛ ମାସରୁ ଅଧିକ ସମୟ ଧରି ବାଲିଗୁଡା ଏନ.ଏ.ସିରେ ଲାଗିରହିଥିବା କ୍ଷମତା କନ୍ଦଳର ଅବସାନ ଘଟିଛି । ଆସନ୍ତା ଫେବୃଆରୀ ୨୬ ତାରିଖ ଦିନ ଅଧକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ନିଆଯିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ କୋର୍ଟ ତରଫରୁ ନିର୍ଦ୍ଧେଶ ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଉପାଧକ୍ଷଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା । ସମ୍ପ୍ରତି ଉଦ୍ଧାକ୍ଷ ମମତା ବେହେରା (ବି.ଜେ .ଡି)ଙ୍କ ବିରୋଧରେ ୧୩ଜଣ ସଦସ୍ୟଙ୍କ ମଧ୍ୟରୁ ୯ଜଣ ଅନାସ୍ଥା ପ୍ରସ୍ତାବ ଆଗତ କରି ଉଚ୍ଚ ନ୍ୟାୟାଳୟ ଦ୍ଵରସ୍ଥ ହୋଇ ପ୍ରସ୍ତାବ ଉପରେ ନିଷେଧାଜ୍ଞ ଜାରୀ କରିବାରେ ସମର୍ଥ ହୋଇଥିଲେ ।


















