Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଶିକ୍ଷା, ସୁରକ୍ଷା, ରୋଜଗାର ଦାବିରେ ଏବିଭିପିର ଛାତ୍ର ସମାବେଶ

ଶିକ୍ଷା, ସୁରକ୍ଷା, ରୋଜଗାର ଦାବିରେ ଏବିଭିପିର ଛାତ୍ର ସମାବେଶ

427
ADVERTISEMENT

ବ୍ରହ୍ମପୁର,୨୦/୨(ଇ. ରଞ୍ଜନ ):ଏବିଭିପି ଗଞ୍ଜାମ ଜିଲ୍ଲାର ଶିକ୍ଷାର ଅବ୍ୟବସ୍ଥା, ସୁରକ୍ଷା ଓ ରୋଜଗାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଞ୍ଜାମ ଶାଖା ତରଫରୁ ଏକ ଛାତ୍ର ଆକ୍ରୋଶ ସମାବେଶ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବି ପୂରଣ ପ୍ରବେଶ ପରୀକ୍ଷା ପରିଣାମ ସଠିକ୍ ଭାବେ କ୍ୟାମ୍ପସ୍ ରେ ଲାଗୁ କରିବା, ଅନୁସୂଚିତ ଜାତି ଓ ଜନଜାତି ପାଇଁ ଛାତ୍ରବାସ ନିର୍ମାଣ, ଜିଲ୍ଲାକୁ ନିଶାମୁକ୍ତ କରିବା, କ୍ୟାମ୍ପସ୍ ରେ ଅଣଛାତ୍ର ପ୍ରବେଶ ନିଷେଧ, ମହିଳା ସୁରକ୍ଷାକୁ ପ୍ରାଥମିକତା ଏବଂ କୁଟୀର ଶିଳ୍ପ, ନୂତନ ଶିଳ୍ପ ପ୍ରତିଷ୍ଠାନ କରି ଜିଲ୍ଲାର ଯୁବକଙ୍କୁ ରୋଜଗାର ଦେବା ଭଳି ବିଷୟକୁ ନେଇ ଏହି ଛାତ୍ର ଆକ୍ରୋଶ ରାଲି ଖଲିକୋଟ ସମ୍ମୁଖରୁ ଆରମ୍ଭ କରି ଆରଡ଼ିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ଏହି ରାଲିରେ ପ୍ରାୟ ୬୦୦ରୁ ଉର୍ଦ୍ଧ୍ଵ ବିଦ୍ୟାର୍ଥୀ ଯୋଗ ଦେଇଥିଲେ । ଏହି ସମାବେଶରେ ଏବିଭିପିର ରାଜ୍ୟ ସଂପାଦକ ଶଶିକାନ୍ତ ମିଶ୍ର ଯୋଗ ଦେଇ ରାଜ୍ୟ ସରକାର ଓଡ଼ିଶାର ଯୁବକମାନଙ୍କ ପ୍ରତି ଥିବା ବୈମାତୃକ ମନୋଭାବକୁ ଦର୍ଶାଇବା ସହିତ ଶିକ୍ଷା, ସୁରକ୍ଷା, ରୋଜଗାରକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ଆହ୍ୱାନ ଦେଇଥିଲେ । ଯଦି ରାଜ୍ୟ ସରକାର ଏନେଇ ପଦକ୍ଷେପ ନନିଅନ୍ତି ତାହା ହେଲେ ଆଗାମୀ ଦିନରେ ବୃହତ୍ତ ଛାତ୍ର ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ । ରାଷ୍ଟ୍ରୟ କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତିସୁଧା ସାହୁ ମହିଳା ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକ ଦିଅନ୍ତୁ ବୋଲି ଦାବି କରିଥିଲେ ।

Advertisement