ପାତ୍ରପୁର,୧୯/୦୨/୨୦(ଋଷିକେଶ ବେହେରା):ପାତ୍ରପୁର ବ୍ଲକରେ ନୂତନ ଭାବେ ଗଠିତ ହୋଇଥିବା ଭାଗବତ ଟୁଙ୍ଗି ପୁନଃ ଉଦ୍ଧାର ଓ ସଂରକ୍ଷଣ ସଂଘର ଲୋଗୋ ବୁଧବାର ଉନ୍ମୋଚନ ହୋଇଯାଇଛି। ଆସନ୍ତା ତା- ୦୫/୦୩/୨୦ ରିଖରେ ଜରଡା ରଥ ପଡିଆ ଠାରେ ଶ୍ରୀମଦ୍ ଭାଗବତ ରାହାସ ମହାମଣ୍ଡଳ, ସମସ୍ତ ଭାଗବତ ଟୁଙ୍ଗି ଗୁଡ଼ିକର ଭକ୍ତ ଓ ସର୍ବସାଧାରଣଙ୍କୁ ନେଇ ମହାଗାଦୀ ଅନୁଷ୍ଠିତ ହେବ। ଏନେଇ ସଂଘ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସଂଘର ଲୋଗୋ ରେ ” ଓଁ ନମୋ ଭଗବତେ ବାସୁଦେବାୟ” ମନ୍ତ୍ର, ଭାଗବତ ରଚୟିତା ଜଗନ୍ନାଥ ଦାସଙ୍କ ଫୋଟ, ନୃସିଂହ ମହାପ୍ରଭୁଙ୍କ ଫୋଟ, ଜଗନ୍ନାଥଙ୍କ ଫୋଟ, ଚୈତନ୍ୟଙ୍କ ଫୋଟ, ଖଟୁଳି, ଭାଗବତ ବହି, ରୁଖା ଦୀପକୁ ସ୍ଥାନିତ କରାଯାଇଥିବା ବେଳେ ସୁବର୍ଣ୍ଣପୁର ଟୁଙ୍ଗି ପଢୀୟାରି ବାପୁଜୀ ବିଷୋୟୀ ଉନ୍ମୋଚନ କରିଥିଲେ। ସଭାପତି ଦିବାକର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ମାଧବ ବାଡତ୍ୟା ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମରେ ଟୁଟୁ ପ୍ରଧାନ, ବିଜୟ ପ୍ରଧାନ, ନରସିଂହ ପାତ୍ର, ରମେଶ ବିଷୋୟୀ, ବାବୁଲା ନାୟକ, ଶୁକୁରୁ ପ୍ରଧାନ, କେଶବ ଦାସ, ସୁରେଶ ବାଡତ୍ୟା, ଶୁକଦେବ ପ୍ରଧାନ, ଭୀମସେନ ଘଡେଇ, ଆର୍ ଶିବ ପ୍ରସାଦଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ।

















