ଘୁ.ଉଦୟଗିରି,୧୯।୨(ରାହୁଲ କୁମାର ଜେନା) : ଘୁ ଉଦୟଗିରି ଅନ୍ତର୍ଗତ କଳିଙ୍ଗା ଗ୍ରାମର ଶ୍ରୀମତୀ ଅମୁଲ୍ୟ ଦିଗ।ଲ (୫୦)ଙ୍କର ମୃତ୍ୟୁ ହୋଇଛି । ସଚନା ମୁତାବକ ମହିଳା ଜଣକ ସବୁ ଦିନ ଭଳି ସୋମବାର ସକାଳ ୮ଟା ବେଳେ ଅନ୍ୟ ମାନଙ୍କ ସହିତ ଜଙ୍ଗଲ.କୁ କାଠ ଆଣିବାକୁ ଯାଇଥିଲେ କିନ୍ତୁ କାଠ ଖୋଜିବା ସମୟ ୧୩୩କେ.ଭି.ର ତାର ତଳକୁ ଝୁଲି ରହିଥିଲା ଓ ଗଛ ଟି ତାରକୁ ଲାଗି ଚାର୍ଜ ହୋଇ ରହି ଥିଲା ଉକ୍ତ ମହିଳା ଜଣଙ୍କ ଗଛ ସଂସ୍ପର୍ଶରେ ଆସି ପ୍ରାୟ ୮0 ଭାଗ ଜଳି ଯାଇଥିଲା । ଓ ତାଙ୍କ ପରିବାର ଲୋକ ତାଙ୍କୁ ଟିକାବାଲି ମେଡିକାଲ ନେଲେ ଏବଂ ଟିକାବାଲିରୁ ଫୁଲବାଣୀ ମୁଖ୍ୟ ଚିକତ୍ସାଲୟକୁ ନେଲେ ଏବଂ ଫୁଲବାଣୀରୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଗଲା ,ଏବଂ ବ୍ରହ୍ମପୁର ବଡ ମେଡିକାଲରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କଲେ ।ଏବଂ କଟକ ବଡ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଚିକତ୍ସା ବାବଦରେ ପ୍ରାୟ ୪0000 ଟଙ୍କା ପରିବାର ଲୋକ ଖର୍ଚ୍ଚ କରିଥିଲେ । ଆଜି ସକାଳ ୮ରେ ଗ୍ରାମବସି ମନେ ସବ ରଖି ରାସ୍ତା ରୋକ କରିଥିଲେ । ଏବଂ ବହୁ ସଂଖ୍ୟା ରେ ଗାଡି ମଟର ଅଟକି ରହିଥିଲା । ବହୁ ଯାତ୍ରୀ ହଇରାଣ ହୋଇଥିଲେ । କିନ୍ତୁ ସ୍କୁଲ ପିଲା ମାନଙ୍କୁ ଛ।ଡ଼ି ଦେଇଥିଲେ । ଘଟଣା ସ୍ଥଳରେ ଘୁ ଉଦୟଗିରି ଥାନା ଅଧିକାରୀ ଶ୍ରୀ ଧିରାଜ ଲେଙ୍କା ,ଏସ୍ଡି.ପି.ଓ ,ତହସିଲଦାର ବିଚିତ୍ର ନନ୍ଦ ନାୟକ ,ଅତିରିକ୍ତ ତହସିଲଦାର ରାକେଶ ପତ୍ର, କଳିଙ୍ଗା ସରପଞ୍ଚ ଶ୍ରୀମତୀ ରେବେକ ପ୍ରଧାନ ,ଜିଲା ପରିଷଦ ଘୁ ଉଦୟଗିରି ,ଅମରସିଂ ନାୟକ ପହଁଞ୍ଚି ଲୋକ ମାନଙ୍କୁ ବୁଝା ସୁଝା କରି ରେଡ଼ କ୍ରୋସ ପାଣ୍ଠିରୁ ୨0,000,ଏବଂ ଏସ୍ଡି.ପି.ଓ ୧0,000,ଥାନା ଅଧକରି ୨0000 ଏବଂ ସରପଞ୍ଚ ହରିଚନ୍ଦ୍ର ଯୋଜନାରେ ୨000,ଟଙ୍କା ସମୁଦାୟ ୫୨000 ଟଙ୍କା ଯଥା ଶୀଘ୍ର ଦେବାକୁ ପ୍ରତିଶୃତି ଦେଲେ ।ଏବଂ ପରବର୍ତୀ ସମୟରେ ରାସ୍ତା ରୋକ ହଟାଇ ଥିଲେ ,ଏବଂ ସ୍ବଭାବିକ ଭାବେ ଗାଡି ଚଳାଚଳ ହୋଇଥିଲା ।ଏବଂ ଶବ ସତ୍କାର କରାଯାଇଥିଲା ।


















