କୁକୁଡ଼ାଖଣ୍ଡି,୧୯।୨(ଇ.ରଂଜନ) :ବୁଧବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ସକାଳ ୯ଟା ରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ସେଣ୍ଟରରେ ପହଁଚି ଥିବା ବେଳେ ୧୦ଟା ରୁ ପରୀକ୍ଷା ଆରମ୍ଭ ହୋଇଥିଲା। କୁକୁଡ଼ାଖଣ୍ଡି ବ୍ଲକର ୧୩ଟି ପରୀକ୍ଷା କେନ୍ଦ୍ରରେ ୨୭୭୫ ପରୀକ୍ଷାର୍ଥୀ ପ୍ରଥମ ପରୀକ୍ଷା ସାହିତ୍ୟ ଦେଇଛନ୍ତି। ସେଥିମଧ୍ୟରୁ ୨୭୦୧ ରେଗୁଲାର ଛାତ୍ର, ଛାତ୍ରୀ ରହିଥିବା ବେଳେ ୭୪ଜଣ ଏକ୍ସ-ରେଗୁଲାର ଛାତ୍ର, ଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷାର୍ଥୀ ମାନେ ଆଡମିଟ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ କେନ୍ଦ୍ର ଗୁଡିକରେ କଡା ଚେକିଂ କରାଯାଉଛି। ପ୍ରଥମ ଦିନ ସୁରୁଖୁରୁରେ ପରୀକ୍ଷା ସାରିଥିବା ବ୍ଲକ ଶିକ୍ଷାଧିକାରି ଏସ. ଗିରିଧାରୀ ସୂଚନା ଦେଇଛନ୍ତି।

















