Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ଅଟୋରୁ ଖସିପଡି ଛାତ୍ରଙ୍କ ମୃତ୍ୟୁ

ଅଟୋରୁ ଖସିପଡି ଛାତ୍ରଙ୍କ ମୃତ୍ୟୁ

461
ADVERTISEMENT

ଦିଗପହଣ୍ଡି,୧୯।୨( ସୁନୀଲ ସାହୁ) : ଦିଗପହଣ୍ଡି ସହର ପୁଞ୍ଜିକଆଁ ଛକ ନିକଟ ଚିକିଟି ମୁଖ୍ୟ ରାସ୍ତା ପାର୍ଶ୍ବରେ ରହିଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ଏକ ପାସେଞ୍ଜର ଅଟୋରୁ ଖସିଯାଇ ବୋଧ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କବିସୂର୍ଯ୍ୟନଗର ଥାନା ଅଧିନସ୍ଥ ଗୁଡ଼ିଆଳି ଗ୍ରାମର ବୁଲୁ ପ୍ରଧାନଙ୍କ ପୁଅ ଅଜୟ ପ୍ରଧାନ(୫)। ଅଜୟଙ୍କ ମାମୁଁ ହରୀକୃଷ୍ନ ବିଷୋୟୀଙ୍କ ତିଲେଶ୍ବର ଗ୍ରାମରେ ରହି ପାଠ ପଢୁଥିଲେ। ଉକ୍ତ ଶିକ୍ଷାନୁଷ୍ଠାନ ଦ୍ୱାରା ଭଡା ସୂତ୍ରରେ ନିୟୋଜିତ ଦୈନିକ ଏକ ପାସେଞ୍ଜର ଅଟୋରେ ଆଖପାଖ ଗ୍ରାମାଞ୍ଚଳର ୧୦ ରୁ ୧୨ ଜଣ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ବେଳେ ବୁଧବାର ମଧ୍ୟ ୧୦ ଜଣ ପିଲାଙ୍କୁ ନେଇ ସ୍କୁଲକୁ ଯାଉଥିଲେ। ଜାତୀୟ ରାଜପଥ ନଂ ୩୨୬ର ତିଲୋତ୍ତମା ନଗର ନିକଟରେ ଅଚାନକ ଅଜୟ ଭାରସାମ୍ୟ ହରାଇ ରାସ୍ତା ତଳକୁ କଚାଡି ଖସି ପଡିଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମେଡ଼ିକାଲରେ ଭର୍ତ୍ତି କରା ଯାଇଥିଲା। ହେଲେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଦେହକୁ ରଖି କ୍ଷତିପୂରଣ ପ୍ରଦାନ ଦାବୀରେ ଉତ୍ତ୍ୟକ୍ତ ଲୋକଙ୍କ ଦିଗପହଣ୍ଡି ମେଡ଼ିକାଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ପ୍ରଶାସନ ପହଂଚି ବୁଝାସୁଝା କରୁଛି।

Advertisement