କୋଦଳା,୧୯।୨(ସୂର୍ଯ୍ୟନାରାୟଣ ବଡୁ) : ବୁଧବାର ବେଗୁନିଆପଡା ବ୍ଲକର ୯ ଟି କେନ୍ଦ୍ରରେ ମାଟ୍ରିକ ପରିକ୍ଷ୍ୟା ଆରମ୍ଭ ହୋଇଛି ।ଛାତ୍ରଛାତ୍ରୀ ଆଗ୍ରହ ସହିତ ନିଜ ନିଜ କେନ୍ଦ୍ର ଠାରେ ପହଞ୍ଚି ଆଡମିଟ କାର୍ଡ ଦେଖାଇ ପରିକ୍ଷ୍ୟା ଦେବା ପାଇଁ ପହଞ୍ଚି ଥିଲେ । ଚଳିତ ବର୍ଷ ବେଗୁନିଆପଡା ବ୍ଲକ ର ୨୭ ଟି ଉଚ୍ଚ ବିଦ୍ୟାଳୟର ୧୭୬୦ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ନାମ ପଞ୍ଜିକରଣ କରିଛନ୍ତି lଏଥି ମଧ୍ୟରୁ ୧୭୦୮ ଜଣ ରେଗୁଲାର ପରୀକ୍ଷାର୍ଥୀ ହୋଇଥିବା ବେଳେ ୫୨ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅଟନ୍ତି l ଅଙ୍ଗାର ଗାଁ ସ୍ଥିତ ଡି. ଏସ୍ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୧୨୬ ଜଣ ପରୀକ୍ଷା ଦେବାକୁ ସ୍ଥିର ହୋଇଥିବା ବେଳେ ସୁମଣ୍ଡଳ ସ୍ଥିତ ରବି ଘୋଷ ବିଦ୍ୟାପୀଠରେ ୩ ଟି ବିଦ୍ୟାଳୟର ୨୭୫ ଜଣ, ଏସ ଛଚିନା ଆର୍. କେ ବିଦ୍ୟାପୀଠରେ ୩ ଟି ବିଦ୍ୟାପୀଠରେ ୧୯୦ ଜଣ ସlଙ୍କୁଡା ସ୍ଥିତ ଧବଳେଶ୍ବର ବିଦ୍ୟାପୀଠରେ ୩ ଟି ବିଦ୍ୟାଳୟର ୧୯୬ ଜଣ, ବେଗୁନିଆପଡ଼ା ଜନତା ହାଇସ୍କୁଲରେ ୪ ଟି ବିଦ୍ୟାଳୟର ୧୭୦ ଜଣ ମର୍ଦକୋଟ ସ୍ଥିତ ହରିହର ମର୍ଦରାଜ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୧୮୬ ଜଣ, କୋଦଳା ସ୍ଵର୍ଣମୟୀ ହାଇସ୍କୁଲରେ ୩ ଟି ବିଦ୍ୟାଳୟର ୨୧୧ ଜଣ କୋଦଳା ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟରେ ୨ ଟି ବିଦ୍ୟାଳୟର ୨୨୮ ଜଣ, ଫାଶି ସ୍ଥିତ ମାଣୀକେଶ୍ଵର ନୋଡାଲ ଉଚବିଦ୍ୟାଳୟ ରେ ୩ ଟି ବିଦ୍ୟାଳୟର ୧୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ସ୍ଥିର ହୋଇଛି l କିନ୍ତୁ ଚଳିତ ବର୍ଷ ପାଚେରୀ ନ ଥିବା ହେତୁ ସୁରକ୍ଷା ଦ୍ରୁସ୍ଟିରୁ ତାଳସର ହାଇସ୍କୁଲ ପରିକ୍ଷ୍ୟା କେନ୍ଦ୍ର ହେବାରୁ ବାଦ୍ ପଡିଛି l ଏ ସମସ୍ତ କେନ୍ଦ୍ରରେ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଶେଷ ହୋଇ ପରିକ୍ଷ୍ୟା ଆରମ୍ଭ ହୋଇଛି lଅନେକ କେନ୍ଦ୍ର ରେ ସିସି ଟିଭି କେମେରା ଲାଗିଥିବା ଜଣାପଡ଼ିଛି ।ଆଜି ଠିକ ସମୟ ରେ ନୋଡାଲ ହାଇସ୍କୂଲ ଓ ସ୍ଵର୍ଣ୍ଣମୟୀ ହାଇସ୍କୂଲ ଠାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷ୍ଯକ/ଶିକ୍ଷୟତ୍ରୀ ଆଡମିଟ କାର୍ଡ ସମେତ ଅନ୍ୟାନ୍ୟ ସାମଗ୍ରୀ ଚେକ କରି ପରିକ୍ଷ୍ୟା କେନ୍ଦ୍ର କୁ ପଠାଇଥିବା ଦେଖିବାକୁ ମିଳିଛି ।

















