କୋଦଳା,୧୮/୨(ସୂର୍ଯ୍ୟନାରାୟଣ ବଡୁ) : ସମସ୍ତ ଛାତ୍ରଛାତ୍ରୀ ଚାହାନ୍ତି ସେମାନଙ୍କ ନିକଟ ବିଦ୍ୟାଳୟ ରେ ହେଉ ପରିକ୍ଷ୍ୟା କେନ୍ଦ୍ର । କିନ୍ତୁ ସବୁ ସୁବିଧା ଥିଲେ ସୁଦ୍ଧା ପାଚେରି ନ ଥିବାରୁ ଏକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିକଟସ୍ଥ କେନ୍ଦ୍ରରେ ପରିକ୍ଷା ଦେବା ସୁବିଧା ହରାଇ ବସିଥିବା ଜଣାପଡ଼ିଛି । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତରେ ଥିବା ତାଳସର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ -୨0୨0 ତା-୧୯/0୨/୨0 ରେ ହେବାକୁ ଥିବା ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା କେନ୍ଦ୍ରରୁ ବଂଚିତ ହୋଇଛି । ଏହି ସ୍କୁଲଟି ସରକାରଙ୍କ ବହୁ ପୁରାତନ ସ୍କୁଲ ଅଟେ ଏବଂ ଦୀର୍ଘ ବର୍ଷଧରି ଏହି ସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇ ଆସୁଥିଲା କିନ୍ତୁ ସରକାରଙ୍କ ଏଭଳି ନିଷ୍ପତି ଦୁର୍ଭାଗ୍ୟ ଜନକ ଅଟେ ବୋଲି ଜନସାଧାରଣରେ ଚର୍ଚ୍ଚା । ସୂଚନା ଅନୁଯାୟୀ ସମ୍ପୃକ୍ତ ସ୍କୁଲରେ ପାଚେରୀ ନଥିବାରୁ ଏବର୍ଷ ସ୍କୁଲକୁ ପରୀକ୍ଷା ସେଣ୍ଟରରୁ ବଂଚିତ କରାଯାଇଛି ଫଳରେ ଉକ୍ତ ପରୀକ୍ଷା କେନ୍ଦ୍ର ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ତଥା ଜନସାଧାରଣ ଏବଂ ଅଭିଭାବକ ମହଲରେ ବଡ ଧରଣର ଅସନ୍ତୋଷ ଉପୁଜିଛି ଯାହା ଫଳରେ ଆଖ ପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପରୀକ୍ଷା ଦେବା ପାଇଁ ଯିବା ଆସିବାରେ ବହୁଳ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ଯଦି ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବାରେ କିଛି ସମସ୍ୟା ଉପୁଜେ ତେବେ ସେଥିପାଇଁ ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷା ବିଭାଗ ଦାୟୀ ରହିବ ବୋଲି କିଛି ସମାଜସେବୀ ସମେତ ଅଭିଭାବକ ଚେତାବନି ଦେଇଛନ୍ତି ।

















