Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ନିରପେକ୍ଷ ତଦନ୍ତ ଦାବି କଲା ଭାରତୀୟ...

ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ନିରପେକ୍ଷ ତଦନ୍ତ ଦାବି କଲା ଭାରତୀୟ ବିକାଶ ପରିଷଦ

510
ADVERTISEMENT

ବ୍ରହ୍ମପୁର,୧୮/୨(ସୁଦାମ ମହାରଣା) :ବ୍ରହ୍ମପୁର ଏସପି ଅଫିସ କାର୍ଯ୍ୟାଳୟ ପରିସରରେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ୮ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ଗତ ଜାନୁୟାରୀ ୨୮ ତାରିଖରେ ପଣ୍ଡା କୋଲନୀ ମୀନାକ୍ଷୀ ମିଶ୍ର ଓ ପୁଅ ରାଜା ମିଶ୍ରଙ୍କୁ କିଛି ଦୁବୃତ୍ତ ମାନେ ଆକ୍ରମଣ କରୁଥିବା ସମୟରେ ସିସିଟିଭି ଫୁଟେଜ୍ ରେ କଏଦ ହୋଇଥବା ବେଳେ ପୁଅ ରାଜାମିଶ୍ରକୁ ମିଛ କେଶରେ ପୁଲିସ ଗିରଫ କରିଛି। ପୁଅ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିବା ପରେ ନ୍ୟାୟ ନମିଳିବାରୁ ମାନସିକ ଭାରସାମ୍ୟ ହରାଇ ଏସପି କାର୍ଯ୍ୟାଳୟରେ ସେ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ ବୋଲି ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଛି । ନିଜେ ଡିଆଇଜି ବ୍ୟକ୍ତି ଗତ ଭାବେ ଘଟଣାକୁ ଅନୁଧ୍ୟାନକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ଦାବି ପତ୍ର ପ୍ରଦାନ ସମୟରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଅଜିତ କୁମାର ହୋତା, ରମେଶ ଚନ୍ଦ୍ର ସାହୁ, ଆଦିତ୍ୟ ନାୟକ ଗୌରୀ ଶଙ୍କର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Advertisement