Friday, September 25, 2026
ADVERTISEMENT
Home ଆଞ୍ଚଳିକ ବିଡିଓଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କୁ ନେଇ ପଂଚାୟତ ଅଫିସରେ ତାଲା ପକାଇଲେ ସରପଞ୍ଚ

ବିଡିଓଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କୁ ନେଇ ପଂଚାୟତ ଅଫିସରେ ତାଲା ପକାଇଲେ ସରପଞ୍ଚ

382
ADVERTISEMENT

ଗଜପତି,୧୮/୨(ସାହେବ ନାୟକ) : ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ରାମଗିରି ଗ୍ରାମପଂଚାୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଯଦି ରକ୍ଷକ ଏଠି ଭକ୍ଷକ ସାଜେ ତାହାହେଲେ ଗୁହାରି କରିବାକୁ କାହାକୁ ଏହି ନ୍ୟାୟରେ ରାମଗିରି ପଂଚାୟତବାସୀ, ସରପଂଚ, ସମିତି ସଭ୍ୟ ଅନିର୍ଦ୍ଧିଷ୍ଟ କାଳ ପାଇଁ ପଂଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ଦେଇଛନ୍ତି । ସୂଚନା ଯୋଗ୍ୟ, ରାମଗିରି ପଂଚାୟତ ସରପଂଚ ଆଦିକନ୍ଦ ବାବୁ, ସମିତି ସଭ୍ୟ ଗୋପବନ୍ଧୁ ପଟ୍ଟନାୟକ ଓ ସମସ୍ତ ୱାର୍ଡମେମ୍ବର ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ସର୍ଭେ କରାଯାଇ ୪୨୩ଜଣଙ୍କୁ ଇନ୍ଦିରା ଆବାସ, ବିଜୁ ପକ୍କାଘର, ମୋକୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇଥିଲା । କିନ୍ତୁ ପରିତାପର ବିଷୟ ପଂଚାୟତ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ସର୍ଭେରେ କୌଣସି ହିତାଧାରୀଙ୍କ ନାମ ନଥିବା ନେଇ ଉତ୍କ୍ଷିପ୍ତ ହୋଇଛନ୍ତି ଗ୍ରାମବାସୀ । ସରକାର ଏଠି ୫ଟିକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ବିଡିଓ ଓ ଯନ୍ତ୍ରୀ, ପିଓମାନେ ନିଜେ ଗୋଟିଏ ଲିଷ୍ଟ ପ୍ରସ୍ତୁତ କରି ହାତଗୁଞ୍ଜା ନେଇ ଲୋକଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରୁଥିବା ସରପଂଚ ଓ ଜନସାଧାରଣ ଅଭିଯୋଗ କରି ପଂଚାୟତ ଅଫିସରେ ତାଲା ପକାଇ ଦେଇଛନ୍ତି । ଏହାର ତଦନ୍ତ ଶୀଘ୍ର ହେଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଆମ ପ୍ରତିନିଧିଙ୍କୁ ରାମଗିରି ସରପଂଚ କହିଛନ୍ତି । ଯଦିଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ତାହାହେଲେ ପଂଚାୟତ ବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି ।

Advertisement