Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଇପ୍ସିତା ମିଶ୍ର କୁକୁଡାଖଣ୍ଡିର ନୂତନ ତହସିଲଦାର

ଇପ୍ସିତା ମିଶ୍ର କୁକୁଡାଖଣ୍ଡିର ନୂତନ ତହସିଲଦାର

384
ADVERTISEMENT

କୁକୁଡାଖଣ୍ଡି,୧୮/୨( ଇ.ରଂଜନ) : କୁକୁଡାଖଣ୍ଡିରେ ନୂତନ ତହସିଲଦାର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଇପ୍ସିତା ପ୍ରିୟଦର୍ଶନି ମିଶ୍ର । ପୂର୍ବରୁ ସେ ବ୍ରହ୍ମପୁର ମୁନ୍ୟସିପାଲଟିରେ ବସ୍ତି ଉନ୍ନୟନ ଅଧିକାରୀ ଭାବେ କାଯ୍ୟରତ ଥିଲେ। ଡିସେମ୍ବର ମାସରେ ତହସିଲଦାର ଥିବା ସୂବାଶ ଚନ୍ଦ୍ର ରଇତକୁଂ ବଦଳି ହେବା ପରେ କୁକୁଡାଖଣ୍ଡି ବିଡିଓ ଗଦାଧର ପାତ୍ର ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ବ ତୁଲାଇଥିଲେ ତହସିଲରେ ଗୁଡ଼ାଏ ପଟ୍ଟାବିଚାରାଧିନ ଅବସ୍ଥାରେ ଥିବା ପଟ୍ଟା ଗୁଡିକୁ ଭାରତୀୟ ଡାକ ଯୋଗେ ପଟେଇ ସକ୍ଷମ ହୋଇଥିବା ବେଳେ କିଛି ପଟ୍ଟା ବିଚାରାଧିନ ଥିବାବେଳେ ନୂତନ ତହସିଲଦାର ସମସ୍ତ ପଟ୍ଟାଗୁଡିକୁ ଅତି ଶୀଘ୍ର ଆବେଦନକାରୀଙ୍କ ଠାରେ ଡାକ ଯୋଗେ ପୈଠ କରିବା ନିମନ୍ତେ ସୂଚନା ଦେଇଛନ୍ତି l ଏଥିରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ଅତିରିକ୍ତ ତହସିଲଦାର ଅମ୍ର୍ବିତ ମହାନ୍ତି, ନାଜିର ସନ୍ତୋଷ ଆଚାର୍ଯ୍ୟ ଓ ସମସ୍ତ କର୍ମଚାରି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l

Advertisement