ରାଇକିଆ,୧୭/୨(ସୁରେଶ କୁମାର ପଣ୍ଡା) : କନ୍ଧମାଳ ରାଇକିଆ ଠାରେ ଗତ କିଛି ଦିନ ତଳେ ଶୁଭେନ୍ଦୁ ମଳିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ତାଙ୍କ ସ୍ତ୍ରୀଙ୍କୁ ରାଇକିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ସହ ତାଙ୍କର ୫ବର୍ଷର ଏକ ଶିଶୁ ମଧ୍ୟ ଥିଲେ । ସେ ନିର୍ଦୋଷ ଥିବା ସ୍ଥାନୀୟ ସଂଖ୍ୟାଧିକ ବ୍ୟକ୍ତି କହୁଥିବା ବେଳେ ପୂର୍ବରୁ ଜମି ଜମା ସଂକ୍ରାନ୍ତୀୟ ମାମଲାରେ ମୃତକଙ୍କ ସହିତ ତାଙ୍କ ସାହିର ଅଜର ମଳିକଙ୍କ ସହ କଥା କଟାକଟି ହୋଇଥିବା ସ୍ଥାନୀୟ ବ୍ୟକ୍ତି ମାନେ କହିଛନ୍ତି । ଏବଂ ମୃତକ ଦୀର୍ଘଦିନ ହେବ ନିଖୋଜ ରହିଥିବା ବେଳେ ଏହା ଏକ ସୁ-କଳ୍ପିତ ହତ୍ୟାକାଣ୍ଡ ,ଏବଂ ତାଙ୍କୁ ଅଜର ମଳିକ ହତ୍ୟା କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହେଉଛି । ଏନେଇ ଗ୍ରାମବାସୀଙ୍କ ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ମୃତକ ମଳିକଙ୍କ ସ୍ତ୍ରୀଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି । ପୋଲିସର ସ୍ୱଛତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


















