Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କେରଳ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିଭିନ୍ନ ମହଲରେ ଦାବୀ

କେରଳ ଫେରନ୍ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ବିଭିନ୍ନ ମହଲରେ ଦାବୀ

301
ADVERTISEMENT

ବାଲିଗୁଡା,୧୭/୨(ବାଳକୃଷ୍ଣ ପାଢ଼ୀ): କନ୍ଧମାଳ ଚାଇନାରେ ବ୍ୟାପିଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏ ନେଇ କନ୍ଧମାଳ ଜିଲାରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ତେବେ ଏଠାରେ ଏଯାବତ୍‌ ଭାଇରସ ସଂକ୍ରମଣର କୌଣସି ସନ୍ଦେହ କିମ୍ବା ରୋଗ ଚିହ୍ନଟ ହୋଇ ନ ଥିଲେ ହେଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯାଇ ଦାଦନ ଶ୍ରମିକ ଭାବେ କେରଳରେ ଖଟୁଛନ୍ତି l ଯାହାକି,ବର୍ତ୍ତମାନ କେରଳରୁ କିଛି ଶ୍ରମିକ ନିଜ ଗ୍ରାମକୁ ଫେରିଥିବା ଖବର ମିଳିଛି l କିନ୍ତୁ ଏ ସମ୍ପର୍କରେ ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନ ଥିବା ବିଷୟ ପ୍ରକାଶ କରିଛନ୍ତି l ଏଣୁ ଏବେଠାରୁ ହିଁ କେରଳ  ଫେରନ୍ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ  ସେମାନଙ୍କ ଉପରେ ନଜର ରଖିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l

Advertisement