Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗୁଣ୍ଠବନ୍ଧ ପ୍ରାଥମିକ ବିଦ୍ୟାଳୟର ୯୮ତମ ବାର୍ଷିକ ଉତ୍ସବ

ଗୁଣ୍ଠବନ୍ଧ ପ୍ରାଥମିକ ବିଦ୍ୟାଳୟର ୯୮ତମ ବାର୍ଷିକ ଉତ୍ସବ

313
ADVERTISEMENT

କୁକୁଡ଼ାଖଣ୍ଡି,୧୭/୨(ଇ ରଞ୍ଜନ ): ଗୁଣ୍ଠବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର୯୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି.. ଏଥିରେ ମୁଖ୍ୟ ଅତିଥି ଭାବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂମ୍ମାନିତ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଇଓ ଏସ. ଗିରିଧାରୀ, ମୁଖ୍ୟ ବକ୍ତା ଭାବେ ଇକୋକ୍ଲବ ସଂଯୋଜକ ଶଙ୍କର ନାରାୟଣ ବେଜ, ପ୍ରସନ୍ନ କୁମାର ବିଶୋଇ, ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ମହାରଣା, ଲୋକନାଥ ଦଲାଇ, ମୁର୍ତ୍ତୃଞ୍ଜୟ ପଣ୍ଡା, ବିନୋଦ ପାତ୍ର, ଚିତ୍ରସେନ ବେହେରା ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାଶ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ । ପୁରାତନ ଛାତ୍ର ସାଗର କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷୟତ୍ରୀ ବିବରଣୀ ପାଠ କରିଥିଲେ, ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବାଚସ୍ପତିଙ୍କୁ ଘର ଚଟିଆ ବସା ପ୍ରଦାନ କରାଯାଇଥିଲା । ପୂର୍ବତନ ପ୍ରଧାନ ଶିକ୍ଷକ ଦିବାକର ନାୟକ, ବିଲାସିନି ନାୟକ, ଆରତୀ ମହାରଣା, ରାମହରି ପାତ୍ର, ପୁଷ୍ପିତା ପ୍ରଧାନ, ଏଲ. ଚିନାମୁଲ ପାତ୍ର, ନବୀନ ସାହୁ, ବିଜୟ ପାତ୍ରଙ୍କୁ ସମ୍ବର୍ଧତ କରାଯାଇ ଥିଲା । ପୂର୍ବତନ ସିଆରସିସି ଶିବରାମ ମହାଙ୍କୁଡ଼, ସିଆରସିସି ମନୋଜ କୁମାର ସାସମଲ ପରିଚାଳନାରେ ସହଯୋଗ କରିଥିଲେ । ସତ୍ୟନାରାୟଣ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement