କବି ଗୋପାଳକୃଷ୍ଣ ଜୟନ୍ତୀ

239
ADVERTISEMENT


ବହ୍ମପୁର,ଗଜପତି ୧/୭ (ଡ଼ିଏଚବି): – ପାରଳାଖେମୁଣ୍ଡି ଠାରେ କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ୨୩୬ ତମ ଜୟନ୍ତୀ ଗୋପାଳ କୃଷ୍ଣ ସ୍କୃତି କଳା ପରିଷଦ ଓ ଉତ୍କଳ ହିତୈଷିଣୀ ସମାଜର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଗୋପାଳ କୃଷ୍ଣ ସ୍କୃତି କଳା ପରିଷଦ ସଭାପତି ହରିମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂଣ୍ଣଚଦ୍ର ମହାପାତ୍ର ଏବଂ ମୁଖ୍ଯ ବକ୍ତାଭାବେ ଅଧ୍ୟାପିକା କଲ୍ୟାଣୀ ମିଶ୍ର ପ୍ରମୁଖ ଯୋଗ ଦେଇ ରୀତିଯୁଗର ଶ୍ରେଷ୍ଠ କବି ଗୋପାଳକୃଷ୍ଣଙ୍କ ଦ୍ୱାରା ରଚିତ ରାଧାକୃଷ୍ଣ ପ୍ରେମରସର ସାଙ୍ଗିକତା ଯାଦୁକର ଆଜି ମଧ୍ୟ ଜନସାଧାରଣଙ୍କୁ ବହୁଳ ଭାବେ ପ୍ରଭାବିତ କରି ରଖିଛି। ତେବେ ଏହି ଯୋଗଜନ୍ମା ପୁରୁଷଙ୍କ ପ୍ରତି ଯେଉଁ ଭଳି ସମ୍ମାନ ପ୍ରଦର୍ଶନ କରିବା କଥା ତାହା ଆଜି ଯାଏଁ ହୋଇପାରିଲାନାହିଁ। ଯାହାକି ଅତ୍ୟନ୍ତ ପରିତାପର ବିଷୟ ବୋଲି ବକ୍ତାମାନେ କହିଥିଲେ।

Advertisement