ବାଲିଗୁଡା,୧୭/୨(ଟିକି ଡଣ୍ଡିଆ): ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡ଼ା ନୂଆସାହି ସ୍ଥିତ ସତସଙ୍ଗ କେନ୍ଦ୍ରରେ ପ୍ରଥମେ ବେଦ ମାଗଲିନି ଓ ନହବତ ସହ ସକାଳ କୀର୍ତ୍ତନ ଅନୁଷ୍ଠିତ କରାଯାଇଥିଲା। ଅପରଂହଁରେ ଘଣ୍ଟ ମୃଦଙ୍ଗ, ଶଙ୍ଖ ମହୁରୀ ସହ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି ସହ ପୁଷ୍ପ ମାଲ୍ୟ ଅର୍ପଣ କରି ତିନି ରଥରେ ସମସ୍ତ ଭକ୍ତ ବୃନ୍ଦ ନାଚି ନାଚି ବାଜା ବଜାଇ ଆନନ୍ଦ ଉଲ୍ଲାସ ସହକାରେ ଭଜନ କୀର୍ତନ କରି ସହର ପରିକ୍ରମା କରିଥିଲେ l ଏଥିରେ ସମ୍ପାଦକ ବିଚିତ୍ରାନନ୍ଦ ଆଚାର୍ଯ୍ୟ ,ସୁରେଶ ଚନ୍ଦ୍ର ମହାନ୍ତି ଓ ଅନାନ୍ୟ ଭକ୍ତ ଗଣ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମରେ 1ହଜାରରୁ ଅଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଶେଷରେ ସମସ୍ତ କାର୍ଯ୍ୟକାରୀ ସହ ଭକ୍ତ ମାନେ ପ୍ରସାଦ ସେବନ କରିବା ସହ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଆଶ୍ରିବାଦ ପାଇଥିଲେ।

















