Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ସତ୍ୟନାରାୟଣ ପୂଜା

ଯମୁନା କନ୍ଧୁଣୀ ଉଚ୍ଚ ବିଦ୍ୟାଳୟରେ ସତ୍ୟନାରାୟଣ ପୂଜା

358
ADVERTISEMENT

ପଦ୍ମପୁର,୧୬/୨(କୁଞ୍ଜ ବିହାରି ସାହୁ):ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଦ୍ଵାରା ପ୍ରତିଷ୍ଠିତ ପାଇକମାଳ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ଛାତ୍ରୀ ମାନଙ୍କ ଦ୍ଵାର ଅନୁଷ୍ଠିତ ଏହି ପୂଜାରେ ପଣ୍ଡିତ ଗକୁଲା ମହାପାତ୍ରଙ୍କ ତତ୍ବାବଧାନରେ ପୁଜାକର୍ତ୍ତା ଭାବେ ଶିକ୍ଷୟିତ୍ରୀ ଅନୀମା ରାଉତ କାର୍ଯ୍ୟ ନିର୍ବାହ କରିଥିଲେ। ପୂଜା ପରେ ପରେ ପ୍ରସାଦ ସେବନ କରାଯିବା ସହ ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳୀନ ସଭା ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଏକସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ଯୋଗ ଦେଇ ଛାତ୍ରୀମାନେ କିପରି ଶୃଙ୍ଖଳା ରକ୍ଷା କରି ନିଷ୍ଠାବାନ ଭାବେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶ୍ରୀ ସେବକ ସେଠ,ଶିକ୍ଷୟିତ୍ରୀ ରଞ୍ଜିତା ସାହା, ଅନିତା ପାଣିଗ୍ରାହୀ, ଉଷା ଦାସ,ନମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ସଂଗୀତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Advertisement