Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଗଞ୍ଜମ ଜିଲ୍ଳା ୪୪ତମ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା

ଗଞ୍ଜମ ଜିଲ୍ଳା ୪୪ତମ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା

257
ADVERTISEMENT

ବ୍ରହ୍ମପୁର,୧୬।୨ (ହିମାଂଶୁ ପାଢୀ) : ୪୪ତମ ଗଂଜାମ ଜିଲ୍ଲା ବରିଷ୍ଟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ବିଜୁପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଏସପି ପିନାକ ମିଶ୍ର,ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ,ମୁଖ୍ୟବକ୍ତା ଭାବେ ଅତିରିକ୍ତ ଏସପି ପ୍ରତାପ ଚନ୍ଦ୍ର ରାଉତରାୟ ଯୋଗଦେଇଥିଲେ ।ଅନ୍ତର୍ଜାତୀୟ ବିଚାରକ ବି.ଭେନୁଗୋପାଲ,ଏସିଏନ ବିଚାରକ ପୂଣ୍ନଚନ୍ଦ୍ର ପଟ୍ଟନାୟକ, ଜାତୀୟ ବିଚାରକ ଉମାଚରଣ ଶତପଥୀ, ସୋମନାଥ ନନ୍ଦ, ନାରାୟଣ ସାହୁ,ଏସ୍.ରାଜେଶବାବୁ ଆଚାରୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ଗଂଜାମ ଜିଲ୍ଲାବଡି ବିଲଡିଂ ଆସୋସିଏସନ ସଭାପତି ସତ୍ୟନାରାୟଣ ସ୍ବାଇଁ, ପ୍ରଦୀପ କୁମାର ଶତପଥୀ, ଯୁଗ୍ମ ସଂପାଦକ ଗଂଗାଧର ପାତ୍ର,ବି.ବ୍ରଜମୋହନ ପାତ୍ର,ଜଗନ୍ନାଥ ସାହୁ,ଦିଦିଲତା ବିଷୋୟୀ ଉପସ୍ଥିତ ଥିଲେ। ଷ୍ଟେଜ ମାଶଲ ଭାବେ ସନ୍ତୋଷ କୁମାର ଆଚାରୀ, ଶିବଶକଂର ସାହୁ,ଅମରଜିତ ପଟ୍ଟନାୟକ,ଡଃ.ସୁତାଂଶୁ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତିଯୋଗିତାକୁ ରାଜେଶ ବଡିଲାଇନ ଜିମ୍ ଆୟୋଜନ କରିଥିଲେ। କୁକୁଡାଖଣ୍ଡି ବ୍ଲକ ଚେୟାରମେନ କାମାକ୍ଷା ପ୍ରସାଦ ପାତ୍ର ,ପୋଲସରା ଏନଏସି କାଯ୍ୟନିବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ,ପୋଲିସ ଅଧିକାରୀ ଇଂ.ଶକଂର ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଜିଡିଏବିବିଏ ସମ୍ପାଦକ ଏସ.ରାଜେଶବାବୁ ଆଚାରୀ,ଉପସଭାପତି ଉମାଚରଣ ଶତପଥୀ ,ଉପସଭାପତି ନାରାୟଣ ସାହୁ ,ପ୍ରଦୀପ କୁମାର ଶତପଥୀ,ସୋମନାଥ ନନ୍ଦ,ସଭାପତି ସତ୍ୟନାରାୟଣ ସ୍ବାଇଁ,ପରାମର୍ଶ ଦାତା ବି.ଭେନୁଗୋପାଲ ରାଓ ,ପୂଣ୍ନଚନ୍ଦ୍ର ପଟ୍ଟନାୟକଙ୍କ ସହ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ପ୍ରତିଯୋଗିକୁଂ ଉସ୍ଛାହିତ କରିଥିଲେ।

Advertisement