ବାଲିଗୁଡ଼ା,୧୬।୨ (ବାଳକୃଷ୍ଣ ପାଢ଼ୀ) : କନ୍ଧମାଳ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ତରଫରୁ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗାନ୍ଧୀ ପ୍ରଚାର ଓ ପ୍ରସାର ରଥକୁ ବିପୁଳ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଗାନ୍ଧୀଙ୍କୁ ପୁଷ୍ପାଞ୍ଜଳି ଦିଆଯିବା ସହ ଗାନ୍ଧୀଙ୍କ ଉପରେ ଅଭିଭାଷଣ ଦିଆଯାଇଥିଲା ।

















