ବିଜେପି ନଗର ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ

266
ADVERTISEMENT

କନ୍ଧମାଳ,୧୬।୨ (ସୁରେଶ କୁମାର ପଣ୍ଡା) : କନ୍ଧମାଳ ବାଲିଗୁଡ଼ା ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ନଗର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରତି ବୁଥରେ ସଭ୍ୟ ସଂଗ୍ରହ, ନଗର ଓ ପଞ୍ଚାୟତରେ ଲୋକଙ୍କ ପାଖରେ ଯୋଜନା ପହଞ୍ଚିବ ସେନେଇ ଆଲୋଚନା ହୋଇଥିଲା ଏହି ବୈଠକରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରଞ୍ଜିତ ସାହୁ, ନଗର ସଭାପତି ଦିବାକର ସାହୁ, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରମାନନ୍ଦ ଘଡେ଼ଇ ପ୍ରମୁଖ ଯୋଗଦେବା ସହ ବହୁ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।

Advertisement