Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଜଗଦଳପୁର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

327
ADVERTISEMENT

କୁକୁଡ଼ାଖଣ୍ଡି,୧୬।୨(ଇ.ରଞ୍ଜନ): ଜଗଦଳପୁର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ ତ୍ରିନାଥ ମଲ୍ଲିକ, ସଂମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସି.ଆର.ସିସି ପିଣ୍ଟୁ ପାଣିଗ୍ରାହୀ,ବିଦ୍ୟାଳୟ ଶିକ୍ଷା କମିଟି ସଭାପତି କେ.ବଂଶୀଧର ପାତ୍ର, ଆଦି ନାରାୟଣ ପାତ୍ର, ସହକାରୀ ଶିକ୍ଷକ ମଞ୍ଚାସିନ ରହିଥିଲେ l ଏଥିରେ ମୁଖ୍ୟ ଅତିଥି ତ୍ରିନାଥ ମଲ୍ଲିକ ନିଜ ବକ୍ତବ୍ୟରେ କହିଛନ୍ତି ବାର୍ଷିକ ଉତ୍ସବରେ ଆନନ୍ଦ ଉଲ୍ଲାସରେ ଯେଉଁ ଛାତ୍ରଛାତ୍ରୀ ବସିଛନ୍ତି ମତେ ଯେତିକି ଆନନ୍ଦ ଲାଗିଲା ସେତିକି ପରିମାଣରେ ତାଙ୍କ ପିତୃମାତୃ କିମ୍ବା ସମ୍ପର୍କୀୟ ଉପସ୍ଥିତ ଥିଲେ ମତେ ଆହୁରି ଆନନ୍ଦ ଲାଗିଥାନ୍ତା । ଯେଉଁ ପିଲା ଶିଶୁ ବିଦ୍ୟାମନ୍ଦିରରେ ଟଙ୍କାଦେଇ ଅଧ୍ୟୟନ କରନ୍ତି ସେମାନଙ୍କ ପରିବାର ବର୍ଗ ଯାଇ ପିଲାଙ୍କ ନୃତ୍ୟ ଦେଖିବା ପାଇଁ ଚାହିଁ ବସିଥାନ୍ତି କିନ୍ତୁ ସରକାରୀ ବିଦ୍ୟାଳୟରେ ପିଲାଙ୍କୁ ସରକାରଙ୍କ ସବୁ ପ୍ରକାର ସୁବିଧା ଯୋଗାଉଥିଲେ ମଧ୍ୟ ଅଭିଭାବକଙ୍କ ନିଜପିଲା ଓ ତାଙ୍କ ଶିକ୍ଷାର ଉର୍ନ୍ନତି ଓ ବିକାଶ ପ୍ରତି ଧ୍ୟାନଦେଇ ପିଲା ଓ ସ୍କୁଲ ପ୍ରତି ଯୋଡିତ ହେଲେ ପିଲାଙ୍କ ଭବିଷ୍ୟତ ଉଜ୍ୱଳ ହୋଇଥାନ୍ତା ବୋଲି ମତ ଦେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ l ଏବଂ ସଂମ୍ମାନିତ ଅତିଥି ପିଣ୍ଟୁ ପାଣିଗ୍ରାହୀ ମଧ୍ୟ ପିଲା ଶିକ୍ଷାର ଉନ୍ନତି ସହ ପିଲାଙ୍କ ଶିକ୍ଷା ଓ ଛାତ୍ରଛାତ୍ରୀ କଳାକୃତିକୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ବ୍ଲକ କିଭଳି ଆଗରେ ରହିବ ତାହା ନେଇ ପିଲାଙ୍କୁ କହିବା ସହ ଉପସ୍ଥିତ ଶିକ୍ଷକଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ପ୍ରଧାନ ଶିକ୍ଷକ ମଧ୍ୟ ପିଲା କିପରି ସମାଜରେ ସମସ୍ତଙ୍କ ଠାରୁ ଅଗ୍ରସର ହେବେ ତାହା ଧ୍ୟାନ ଦେବା ଉଚିତ l ଏହି ସଭାରେ ଅନ୍ୟ ସହକାରୀ ଶିକ୍ଷକ ପ୍ରସନ୍ନ ମିଶ୍ର, ଶ୍ୟାମସୁନ୍ଦର ତ୍ରିପାଠୀ, ମିନତୀ ରାଉତ, ଝୁନୁ ଦେବୀ ପ୍ରମୁଖ ଯୋଗ ଦେଇଥିଲେ l

Advertisement