କୁକୁଡାଖଣ୍ଡି୧୬।୨(ଇ.ରଞ୍ଜନ): ବିଡ଼ିଓଙ୍କ ସହ ତାଙ୍କ ଝିଅ ଗ୍ରାମରେ ପହଂଚି ଝାଡୁ ମାରିବା ସହ ସଚେତନର ବାର୍ତ୍ତାଦେଲେ l
ଦିନକୁ ଦିନ ଗ୍ରାମାଞ୍ଚଳରେ କିଛି ବ୍ୟବସାୟୀକ ଦୋକାନୀ, ଚା ହୋଟେଲ ମାନେ ଆସୁଥିବା ଗରାଖ ମାନଂକୁ ସଚେତନ କରୁନଥିବା ଯୋଗୁଁ ସେମାନେ ଚା ପିଇବା ପରେ ଅନାଆବଶ୍ୟକ କପ ଗୁଡିକ ଏଣେତେଣୁ ପକାଇବା ଯୋଗୁଁ ପରିବେଶ ପୁରା ସୌନ୍ଦର୍ଯ୍ୟରୁ ବାଦ ପୋଡିବା ସହ ସେଠାରେ ଦୀର୍ଘଦିନଧରି ପଡିବା ଦ୍ୱାରା ମଶା ମାଛି ଙ୍କ ଦ୍ୱାରା ଅଞ୍ଚଳର ଲୋକେ ନାହିଁ ନଥିବା ରୋଗରେ ସମ୍ମୁଖୀନ ହେବା ଦେଖିବାକୁ ମିଳିଛି l ବିଡ଼ିଓ ଗଦାଧରପାତ୍ର ଓ ତାଙ୍କ କୁନି ଝିଅ କୁକୁଡ଼ାଖଣ୍ଡି ବ୍ଲକର ସ୍ଥିତ ଅଙ୍କୁଶପୁର,ମସିହାଖାଲି ପଞ୍ଚାୟତରେ ମୋ ଗାଁ ତହସିଲରେ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାକାର ପରିବେଶ ଦେଖି ଅଟକି ସେଠାକାର ଲୋକଙ୍କୁ ଧରି ସର୍ବ ଭାରତୀୟ ସ୍ତରରେ ଚାଲିଥିବା ସ୍ୱଚ୍ଛଭାରତ ଅଭିଯାନ ଦ୍ୱାରା ଗାଁରେ ଲୋକଙ୍କୁ ନେଇ ଗାଁ ସଫା କରିବା ସହ ସଚେତନ ବାଣ୍ଟି ଫେରିଥିଲେ l ବିଡ଼ିଓ ଓ ତାଙ୍କ କୁନି ଝିଅର ଆର୍ଯ୍ୟକଳାପ ଯୋଗୁଁ ସେହି ଅଞ୍ଚଳବାସି ତାଙ୍କୁ ବେଶ ପ୍ରଶଂସା କରିଥିଲେ l ସେହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ଓ ତହସିଲ କର୍ମଚାରୀ ଉପସ୍ଥିତରେ ସେହି ଅପରିଷ୍କାରକୁ ସଫାକରି ଦୈନିକ ପରିଷ୍କାର ନିମନ୍ତେ ଆୱାନ ଦେଇଥିଲେ l


















