କୁକୁଡାଖଣ୍ଡି,୧୬।୨(ଇ.ରଞ୍ଜନ): ବରିଗାଁ ପଂଚାୟତ ଅଧିନସ୍ଥ ବି.ଜଗନ୍ନାଥପୁର ବିଦ୍ୟାଳୟରେ ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏ.ବି.ଇ.ଓ ଶ୍ରୀ ସୁରେନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏ.ବି.ଇ.ଓ ଶ୍ରୀ ତ୍ରିନାଥ ମଲିକ ମୁଖ୍ୟ ବକ୍ତା ଭାବେ ଯୋଗ ଯୋଗ ଦେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ଅୱନ ଦେଇଥିଲେ ସମ୍ମାନିତ ଅତିଥି ଭାବେ ସି.ଆର .ସି.ସି ଶ୍ରୀ ବସନ୍ତ କୁମାର ସେଠି ମହୁଲପଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଡ଼ି.ରଜତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ରାମ ଦାସ ,କେ ରଂଜିତ ଦାସ , କାଳିଆ ପାତ୍ର ଏସ.କୈଳାସ ପାତ୍ର ଓ କେ. ସନ୍ତୋଷ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ବକ୍ତା ଶିକ୍ଷା ଦ୍ୱାରା ସମସ୍ତ ଅନ୍ଧକାର ଦୂରୀଭୂତ ହୋଇପାରିବ କହିଥିଲେ । ଯାହାକି ଏହି ବିଦ୍ୟାଳୟ କୁକୁଡାଖଣ୍ଡି ବ୍ଲକ୍ ର କ୍ଷତି ଅର୍ଜନ କରିଛି ବ୍ରୋଞ୍ନ୍ଯ ଓ ରୌପ୍ୟ ପଦକ ହାସଲ କରିପାରିଛି । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ପୂର୍ବତ୍ତନ ଛାତ୍ର ଛାତ୍ରୀ ସହ ଗ୍ରାମର ଯୁବଗୋଷ୍ଟି ଉପସ୍ଥିତ ରହିଥିଲେ ।



















