ବ୍ରହ୍ମପୁର,୧୫/୨(ସୁମନ ରଂଜନ ସାମଲ): ଏମ୍ କେ ସିଜି ମେଡିକାଲ କଲେଜ ହସ୍ପିଟାଲ ଉପକଣ୍ଠ ସିର୍ଦ୍ଧାର୍ଥନଗର ଏକ ନାଳଭିତରୁ ସଦ୍ୟଜାତ ଏକ ଶିଶୁର ମୃତ ଦେହକୁ କୁକୁରମାନେ ଭିଣି ଖାଉଥିବା ଦେଖିବାକୁ ମିଳିଛି ।
ବିଳମ୍ବିତ ରାତ୍ରରେ କେହି ମହିଳା ଏହାକୁ ଜନ୍ମ ଦେଇ ନାଳକୁ ଫୋପାଡି ଦେଇଥିବା ସଂଦେହ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ମେଡିକାଲ କଲେଜ ହସ୍ପିଟାଲରେ ସଦ୍ୟ ଜନିତ ମୃତ ଶିଶୁକୁ ମଧ୍ୟ ନାଳକୁ ଫୋପାଡି ଦିଆଯାଉଥିବା ଅଭିଯୋଗ ହୋଇ ଆସୁଛି । ଗତ ୩ମାସ ମଧ୍ୟରେ ଏଭଳି ସଂଖ୍ୟାଧିକ ମୃତ ଶିଶୁର ଅଙ୍ଗ ପ୍ରତ୍ୟଙ୍ଗକୁ କୁକୁରମାନେ ପାଟିରେ ଧରି ମେଡିକାଲ ପରିଷର ସମେତ ଆଖପାଖ ଅଞ୍ଚଳରେ ପକାଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି

















