ହିଞ୍ଜିଳିକାଟୁ, ୧୪ା୨(ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ତଥା ହିଂଜିଳି ଥାନା ସମରଝୋଳ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ମୋଟର ସାଇକେଲ ଦୂର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ୱୟ ହେଲେ ହିଂଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଜଗା ଦାସ (୩୦) ଓ ସଂଜୁ ନାଇକ (୪୫) ।
ମହିଳା ଜଣକ ବ୍ରହ୍ମପୁରରୁ କାମ ସାରି ବସ ଯୋଗେ ଆସି ଗାଡ଼ିରୁ ଓହ୍ଲାଇ ଗ୍ରାମକୁ ଯିବା ପାଇଁ ରାସ୍ତା ପାର ହେଉଥିବା ବେଳେ ହିଂଜିଳିକାଟୁରୁ ଯୁବକ ଜଣକ ବାଇକ ଯୋଗେ ଆସି ସମରଝୋଳ ଛକ ନିକଟରେ ମହିଳାଙ୍କୁ ଧକ୍କା ଦେଇଥିଲେ ।
ଦୂର୍ଘଟଣାରେ ଉଭୟ ଯୁବକ ଓ ମହିଳା ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଦ୍ୱୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଆହତ ଦ୍ୱୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପଂହଚି ତଦନ୍ତ ଚଳାଇଛି ।

















